ଜିଲା ସ୍ତରୀୟ ଯୁବ ରେଡକ୍ରସ ପ୍ରଶିକ୍ଷଣ ଶିବିର

ରେଙ୍ଗାଲି : ସମ୍ବଲପୁର ଜିଲାର ଲଇଡା  ଦୁତିକା ସାହୁ ମହାବିଦ୍ୟାଳୟରେ ଗତ ୨୭ ତାରିଖ ଠାରୁ ଆରମ୍ଭ ହୋଥିବା  ଯୁବ ରେଡକ୍ରସ  ପ୍ରଶିକ୍ଷଣ  ଶିବିର ଆଜି ଉଦଯାପିତ ହୋଇଯାଇଛି। ଏହି ଅବସର ରେ ଅଧକ୍ଷ ଡ଼କ୍ଟର ବସନ୍ତ କୁମାର ନାଏକ ଙ୍କ ଅଧକ୍ଷତା ରେ ଏକ ଉଦଯାପନୀ ସଭା ଅନୁଷ୍ଠିତ ହୋଇଥିଲା।  ସମ୍ବଲପୁର ଜିଲା ଅତିରିକ୍ତ ପରିବହନ ଅଧିକାରୀ କାହ୍ନୁଚରଣ ବାନାରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ  ଯୁବ ରେଡକ୍ରସ ର ସ୍ବେଛାସେବୀଙ୍କୁ  ସମାଜ ସେବା ରେ ବ୍ରତୀ ହେବା ପାଇଁ ଆହ୍ବାନ ଦେଇଥିଲେ।
prayash
ମୁଖ୍ୟବକ୍ତା ଭାବେ ଯୋଗଦେଇ ସମ୍ବଲପୁର ଜିଲା  ରେଡକ୍ରସ ସଂଯୋଜକ ଅଞ୍ଜନ କୁମାର ମିଶ୍ର ରେଡକ୍ରସର  ଇତିହାସ ଓ ଭବିଷ୍ୟତ ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ। ଅଧ୍ୟାପକ ପ୍ରଶାନ୍ତ କୁମାର ପଟେଲ ସଭା ପରିଚାଳନା କରିଥିଲେ। ଯୁକ୍ତ ୩ ରେଡକ୍ରସ୍ କାଉନସିଲର ଅଧ୍ୟାପକ ଶ୍ରୀକାନ୍ତ ପଟେଲ ସ୍ୱାଗତ ଭାଷଣ ଦେଇଥିଲେ। ଏହି ଅବସର ରେ ଅନୁଷ୍ଠିତ ହୋଇଥିବା ନୃତ୍ୟ ଗୀତ  ଏବଂପ୍ରବନ୍ଧ ଲିଖ, ତର୍କ,  ଆଦି ପ୍ରତିଯୋଗିତାରେ  କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀଙ୍କୁ ଅତିଥିମାନେ ଟ୍ରଫି ଓ ପ୍ରମାଣ ପତ୍ର ପ୍ରଦାନ କରିଥିଲେ।
ତିନି ଧରି ଚାଲିଥିବା ପ୍ରଶିକ୍ଷଣ ଶିବିରରେ  ରେଡକ୍ରସର ଇତିହାସ , ନିୟମ ଓ ରେଡକ୍ରସ୍ ଅଭିଯାନ ସଫଲ କରିବାରେ ସ୍ବେଚ୍ଛାସେବୀଙ୍କ  ଭୂମିକା, ରକ୍ତଦାନ  ପ୍ରତି ଆଗ୍ରହ ସୃଷ୍ଟି, ବିପର୍ଯ୍ୟୟ ପରିଚାଳନା, ସଡ଼କ ସୁରକ୍ଷା, ଏଚଆଇଭିଏଡ୍ସ, ପ୍ରାଥମିକ ଚିକିତ୍ସା  ଆଦି ଉପରେ ଅଧ୍ୟାପକ ଖଗେଶର ଦାସ , ଜିଲା ସଂଯୋଜକ ଅଞ୍ଜନ କୁମାର ମିଶ୍ର, ସାମାଜିକ କର୍ମୀ  ରାମଦାସପଣ୍ଡା, ଅଧ୍ୟାପକ ସୁଶାନ୍ତ କୁମାର ଦ୍ବିବେଦୀ, ଅଧ୍ୟାପାକ  ପ୍ରବୀର କୁମାର ଦାଶ, ଅତିରିକ୍ତ ପରିବହନ ଅଧିକାରୀ କାନ୍ହୁଚରଣ ବାନାରା, ଅଧ୍ୟାପକ ସତ୍ୟନାରୟଣ ପଟେଲ,  ଛାତ୍ରଛାତ୍ରୀ ଙ୍କୁ ତାଲିମ ପ୍ରଦାନ କରିଥିଲେ।  ସମ୍ବଲପୁର ଜିଲ୍ଲା ର ଯୁକ୍ତ ଦୁଇ ଯୁକ୍ତ ତିନି ର  କଲେଜ ରେଡକ୍ରସ ସ୍ବେଛାସେବୀ  ଛାତ୍ର ଛାତ୍ରୀ  ଓ କାଉନସିଲର୍ ଏହି ଶିବିରରେ ଯୋଗ ଦେଇଥିଲେ।

Comments are closed.