ଭରତ ପ୍ରଧାନ: ରାଜମିସ୍ତ୍ରିର ପୁଅ ଖୋଖୋ ତାରକା
କଟକ : ପୁରୀ ଜିଲା ଡେଲାଙ୍ଗ ବ୍ଲକ ବରକେରା ଗ୍ରାମର ଭରତ କୁମାର ପ୍ରଧାନ ଅଲ୍ଟିମେଟ୍ ଖୋଖୋ -୨ରେ ଗୁଜରାଟ ଜ୍ୟାଣ୍ଟ୍ସ ପକ୍ଷରୁ ଖେଳୁଛନ୍ତି। ପ୍ରଥମ ସଂସ୍କରଣରେ ରାଜସ୍ଥାନ ୱାରିୟର୍ସ ପକ୍ଷରୁ ଖେଳିଥିବା ଭରତ ଦ୍ବିତୀୟ ସଂସ୍କରଣରେ ୧ ଲକ୍ଷ ୫୦ ହଜାର ଟଙ୍କାରେ ଗୁଜରାଟ ଜ୍ୟାଣ୍ଟ୍ସରେ ସାମିଲ ହୋଇଛନ୍ତି। ଭରତ ୨୦୧୪ରୁ ଓଡ଼ିଶା ସିନିୟର ପୁରୁଷ ଦଳ ପକ୍ଷରୁ ଜାତୀୟ ପ୍ରତିଯୋଗିତାରେ ଅଲରାଉଣ୍ଡର ଭାବେ ଖେଳି ଆସୁଛନ୍ତି।
୨୦୧୮ରେ ନେପାଳ ବିପକ୍ଷ ଖୋଖୋ ଟେଷ୍ଟ ସିରିଜ ଲାଗି ଭାରତୀୟ ଦଳରେ ସ୍ଥାନ ପାଇଥିଲେ। ଭରତ କୁହନ୍ତି, ପିତା ରାଜମିସ୍ତ୍ରୀ ଭାବେ କାମ କରି ପରିବାର ପୋଷଣ କରନ୍ତି। ଆର୍ଥିକ ଅବସ୍ଥା ଭଲ ନଥିଲେ ମଧ୍ୟ ଖେଳଠାରୁ ଦୂରେଇ ଯାଇନଥିଲି। ଖୋଖୋକୁ କ୍ୟାରିୟର କରିବା ପରେ ଚିନ୍ତିତ ଥିଲି। ଏବେ ଅଲ୍ଟିମେଟ୍ ଖୋଖୋ ଆସିବା ପରେ ଉକ୍ତ ଚିନ୍ତା ଦୂର ହୋଇଛି। ୨୦୨୨ରେ ଅଲ୍ଟିମେଟ୍ ଖୋଖୋରେ ରାଜସ୍ଥାନ ୱାରିୟର୍ସ ପକ୍ଷରୁ ଖେଳିଥିଲି। ଚଳିତ ଥର ଗୁଜରାଟ ଜ୍ୟାଣ୍ଟ୍ସ ପକ୍ଷରୁ ଖେଳୁଛି ବୋଲି ଭରତ କହିଛନ୍ତି।
Comments are closed.