ନୂତନ ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ସାରିବାକୁ ପୌର ବୈଠକରେ ନିଷ୍ପତ୍ତି

ଚୌଦ୍ୱାର: ଚୌଦ୍ୱାର ପୌରପାରିଷଦର ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇ ଯାଇଛି। ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲଙ୍କ ଅଧ୍ୟକ୍ଷତାରେ ପୌର ସଭାଗୃହରେ ଆୟୋଜିତ ଏହ ବୈଠକରେ ବିଧାୟକ ସୌଭିକ୍ ବିଶ୍ୱାଳ ଯୋଗଦେଇ ପୌରାଞ୍ଚଳରେ ହେଉଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟର ଅଗ୍ରଗତି ଉପରେ ସମୀକ୍ଷା କରିଥିଲେ। ସହରର ବିଭିନ୍ନ ୱାର୍ଡ଼ରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରିବାପାଇଁ ପରିଷଦରେ ଦୁଇମାସ ତଳୁ ନିଷ୍ପତ୍ତି ହୋଇଥିଲେହେଁ ଉକ୍ତ ପ୍ରକଳ୍ପ ଗୁଡ଼ିକ କାହିିଁକି ଏଯାବତ୍ କାର୍ଯ୍ୟକାରୀ ହେଉନାହିଁ ବୋଲି ସୁବ୍ରତ ସାମଲଙ୍କ ସମେତ ଅନେକ ପାରିଷଦ ବିଧାୟକଙ୍କୁ ପ୍ରଶ୍ନ କରିଥିଲେ। ପୌରାଞ୍ଚଳରେ ଅନେକ ଉନ୍ନୟନ କାର୍ଯ୍ୟ ଧିମେଇ ଯାଇଥିବାରୁ ଏଗୁଡ଼ିକୁ ଅତିଶିଘ୍ର ଶେଷ କରିବା ପାଇଁ ପୌର ନିର୍ବାହୀ ଅଧିକାରୀ ଓ ଯନ୍ତ୍ରୀଙ୍କୁ ବିଧାୟକ ପରାମର୍ଶ ଦେଇଥିଲେ।

prayash

ପୌରପାଳିକାରେ ନିର୍ମାଣ ହେବାକୁ ଥିବା ଅଂଗନୱାଡ଼ି ଗୃହକାର୍ଯ୍ୟ ପାଇଁ ଆସିଥିବା ସରକାରୀ ଅନୁଦାନକୁ ସଠିକ ବିନିଯୋଗ କରି ତୁରନ୍ତ ଗୃହ ନିର୍ମାଣ ବ୍ୟବସ୍ଥା ପାଇଁ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିବାପାଇଁ ବିଧାୟକ ପରାମର୍ଶ ଦେଇଥିଲେ। ଚୌଦ୍ୱାରରେ ବାଦ୍ ପଡ଼ିଥିବା ବସ୍ତି ଗୁଡ଼ିକୁ ପୁନଃ ସାମିଲ କରିବା ପାଇଁ ସରକାରୀସ୍ତରରେ ପ୍ରଚେଷ୍ଟା କରିବା ଉପରେ ବୈଠକରେ ବିଶେଷ ଆଲୋଚନା କରାଯାଇଥିଲା । ପୌର ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, ନିର୍ବାହୀ ଅଧିକାରୀ ସଂଜୀବ କୁମାର ମହାପାତ୍ର, ସାଂସଦ ପ୍ରତିନିଧି ପ୍ରେମଚାନ୍ଦ ନାୟକ, ବିଧାୟକ ପ୍ରତିନିଧି ବିଷ୍ଣୁ ଚରଣ ପରିଡ଼ା,ଯନ୍ତ୍ରୀ ପତିତପାବନ ପଟ୍ଟନାୟକ, ଶୁଭଶ୍ରୀ ନାୟକ,ସମସ୍ତ କାଉନସିଲର ଓ ପୌର କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Comments are closed.