ପ୍ରଭୁଜୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ମହୋତ୍ସବ

ଭୁବନେଶ୍ବର:  ଆନ୍ତର୍ଜାତିକଖ୍ୟାତି ସମ୍ପନ୍ନ ବିଶିଷ୍ଟ କ୍ରୀୟାଯୋଗୀ ମହାମଣ୍ଡଳେଶ୍ୱର ସ୍ୱାମୀ ଶଙ୍କରା ନନ୍ଦ ଗିରି ମହାରାଜଙ୍କ ଆଦର୍ଶରେ ଅନୁପ୍ରାଣିତ ଭି.ଏସ୍ .ଏସ୍ ନଗର ଭୁବନେଶ୍ୱରସ୍ଥିତ ପ୍ରଭୁଜୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ନିଜସ୍ୱ ପରିସରରେ ୩୬ତମ ବାର୍ଷିକ କ୍ରୀଡା ଉତ୍ସବ  ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜାତୀୟ ତଥା ଆନ୍ତର୍ଜାତୀୟ ଚେସ ଖେଳାଳୀ ସ୍ୱୟାଂସୁ ସତ୍ୟପ୍ରଜ୍ଞ ଯୋଗଦେଇଥିଲେ। ଏହାପରେ ପବିତ୍ର ମଶାଲ ଶୋଭାଯାତ୍ରା କରାଯାଇଥିଲା। ଅନୁଷ୍ଠାନର ଅଧ୍ୟକ୍ଷ ଅଭୟକୁମାର ରଥ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ। ବିଦ୍ୟାଳୟର କ୍ରୀଡାଶିକ୍ଷକ ସୁଜାତା ମିଶ୍ର , ମହମ୍ମଦ୍ ୟାକୁବ୍, ବୈକୁଣ୍ଠ ବିହାରୀ ମାସାନ୍ତ , ତ୍ରିଲୋଚନ ନାୟକ, ଶୁଭେନ୍ଦୁ ମିଶ୍ର ,ପ୍ରଣତୀବାଳା ସାହୁଙ୍କ  ନେତୃତ୍ବରେ କ୍ରୀଡା ପ୍ରତିଯୋଗୀତା ଆରମ୍ଭ କରାଯାଇଥିଲା। ଏହି ପ୍ରତିଯୋଗୀତାରେ ଛାତ୍ରଛାତ୍ରୀମାନେ ଚିତାକର୍ଷକ କ୍ରୀଡାମାନ ପ୍ରଦର୍ଶନ କରିଥିଲେ ଏବଂ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।

prayash

ଉଦଯାପନୀ ଉତ୍ସବରେ ରଣ୍‌ଜି ଟ୍ରଫି କ୍ରୀଡାବିତ ରଶ୍ଚିରଞ୍ଜନ ପରିଡା ଓ ଓଡିଶା ସରକାରଙ୍କର କ୍ରୀଡା ବିଭାଗର ଯୁଗ୍ମ ସଚିବ ସିଦ୍ଧାର୍ଥ ଶଙ୍କର ସାହୁ ପ୍ରମୁଖ ଯୋଗଦେଇଥିଲେ। ଅତିଥିମାନେ ସେମାନଙ୍କ ଅଭିଭାଷଣରେ ଛାତ୍ରଛାତ୍ରୀମାନଙ୍କୁ ଖେଳୁଆଡ ମନୋଭାବ ପ୍ରଦର୍ଶନ କରିବାକୁ ଆଶୀର୍ବଚନ ଦେଇଥିଲେ। ବିଦ୍ୟାଳୟର ପରିଚାଳନା ସମିତିର ସମ୍ପାଦିକା ବୀଣାପାଣି ରଥ , ସଂଯୋଜିକା ବୀଣା ମହାପାତ୍ର ,ନିର୍ଦ୍ଦେଶକ ଉମେଶଚନ୍ଦ୍ର ମିଶ୍ର , ମାର୍ଗଦର୍ଶକ ପବିତ୍ର ମୋହନ ପଣ୍ଡା ଏବଂ ପ୍ରଦୀପ୍ତ କିଶୋର ରାଉତ୍ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।

Comments are closed.