ଭାରତୀୟ ପୁଲିସ ସେବା ଅଧିକାରୀଙ୍କୁ ପଦୋନ୍ନତି ଦେଲେ ରାଜ୍ୟ ସରକାର
ଆଇଜି ହେଲେ ୫ ଆଇପିଏସ, ଡିଆଇଜି ହେଲେ ୬ ଆଇପିଏସ
ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୦୬ ଏବଂ ୨୦୧୦ ବ୍ୟାଚର ଭାରତୀୟ ପୁଲିସ ସେବା(ଆଇପିଏସ୍) ଅଧିକାରୀଙ୍କୁ ପଦୋନ୍ନତି ଦିଆଯାଇଛି। ୨୦୦୬ ବ୍ୟାଚର ୫ ଆଇପିଏସଙ୍କ ଆଇଜି ପାହ୍ୟାକୁ ପଦୋନ୍ନତି ଡିଆଇଜି ଅନୁପ ସାହୁଙ୍କୁ ଆଇଜି ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ଅମ୍ରିତା ଦାଶ, ଅନିରୁଦ୍ଧ କୁମାର ସିଂହ, ଅନୁପ କ୍ରିଷ୍ଣା ଓ ସୁଦ୍ଧା ସିଂହଙ୍କୁ ମଧ୍ୟ ଆଇଜି ପାହ୍ୟାକୁ ପଦୋନ୍ନତି ଦିଆଯାଇଛି।
୨୦୧୦ ବ୍ୟାଚର ୬ ଆଇପିଏସଙ୍କ ଡିଆଇଜି ଭାବେ ପଦୋନ୍ନତି ହୋଇଛି। ମିତ୍ରଭାନୁ ମହାପାତ୍ର, ସାରା ଶର୍ମା, କନୱର ବିଶାଲ ସିଂହ, ଆଶିଷ କୁମାର ସିଂହ, ପାରୁଲ ଗୁପ୍ତା, ଶିବା ସୁବ୍ରମଣିଙ୍କୁ ଡିଆଇଜି ଭାବେ ପଦୋନ୍ନତି ମିଳିଛି। ଆଶିଷ, ପାରୁଲ ଓ ସୁବ୍ରମଣି ଏବେ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି।
୧୯୯୯ ବ୍ୟାଚର ଆଇପିଏସ ଘନଶ୍ୟାମ ଉପାଧ୍ୟାୟଙ୍କୁ ଏଡିଜି ଭାବେ ପଦୋନ୍ନତି ଦିଆଯାଇଛି। ଏବେ ଘନଶ୍ୟାମ ଉପାଧ୍ୟାୟ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି।
Comments are closed.