ଶୁଣିଲେନି: ଏବେ ନୂଆ ଗାଡି ଦେବେ ସୋ ରୁମ୍ ମାଲିକ, ଗଣିବେ ସୁଧ
ସୋ ରୁମରୁ କିଣିଥିବା ନୂଆ ଗାଡି ବାରମ୍ବାର ଖରାପ ହେବାରୁ ଆଉ ଏକ ନୂଆ ଗାଡି ସହ ସୁଧ ଦେବା ପାଇଁ ନିର୍ଦେଶ ଦେଲେ ଖାଉଟି ଅଦାଲତ
ଫୁଲବାରୀ, : ସୋ ରୁମରୁ ଗାଡି କିଣି ଜନୈକ ଆଇନଜୀବୀ ହଇରାଣ ହୋଇଥିବା ଅଭିଯୋଗ କରିଛନ୍ତି । ଫୁଲବାଣୀ ବାରର ଓକିଲ ସୁଶାନ୍ତ କୁମାର ସାହୁ ଏ ନେଇ ଖାଉଟି ଅଦାଲତରେ ଅଭିଯୋଗ କରିଥିଲେ ।
ସୂଚନା ଅନୁସାରେ, ଆଇନଜିବୀ ସୁଶାନ୍ତ ଫୁଲବାଣୀ ସ୍ଥିତ ଏକ ସୋରୂମରୁ ଏକ ଦୁଇ ଚକିଆ ଗାଡି କିଣିଥିଲେ । କିଣିବାର କିଛିଦିନ ପରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବା ସହିତ ଗାଡ଼ି ଅଚଳାବସ୍ଥାକୁ ଆସିଯାଇଥିଲା । ଏ ସମ୍ପର୍କରେ ସେ ସୋ ରୁମ ମାଲିକଙ୍କୁ ଅବଗତ କରାଇଥିଲେ ମଧ୍ୟ ସେ ଏଥି ପ୍ରତି ଗୁରୁତ୍ୱ ଦେଇ ନଥିଲେ ।
ଆଇନଜୀବୀ ସାହୁ ଖାଉଟି ଅଦାଲତର ଦ୍ୱାରସ୍ଥ ହୋଇଥିଲେ । ଅଭିଯୋଗ ପ୍ରକାରେ ଖାଉଟି ଅଦାଲତ ୨୩/୨୨ ରେ ଏକମାମଲା ରୁଜୁ କରି ଶୁଣାଣୀ କରିଥିଲେ । ତଥ୍ୟ ପ୍ରମାଣ ଆଧାରରେ ବିଚାରଣା କରି ଖାଉଟି ଅଦାଲତ ନ୍ୟାୟଧିଶ ପୂର୍ଣ୍ଣ ଚନ୍ଦ୍ର ମିଶ୍ର ସମ୍ପୃକ୍ତ ସୋ ରୁମ ମାଲିକଙ୍କୁ ନୂତନ ଗାଡି କିମ୍ବା ଗାଡିର ଦାମ୍ ସହିତ ୯ ପ୍ରତିଶତ ସୁଧ ମିଶାଇ ସମସ୍ତ ଅର୍ଥ ଅଭିଯୋଗକାରୀଙ୍କୁଫେରସ୍ତ କରିବାକୁ ଆଦେଶ ଦେଇଛନ୍ତି ।
Comments are closed.