୩୦ଜଣ ମହିଳାଙ୍କୁ ସ୍ବୟଂସିଦ୍ଧା ସମ୍ମାନ ପ୍ରଦାନ
‘ସ୍ବୟଂସିଦ୍ଧା କନକ୍ଲେଭ୍’ ଓ ‘ସମ୍ମାନ ସମାରୋହ’ -୨୦୨୩
ଭୁବନେଶ୍ବର : ରାଜ୍ୟର ଏକ ଘରୋଇ ଡିଜିଟାଲ୍ ମିଡ଼ିଆ ନେଟୱାର୍କ ପକ୍ଷରୁ ‘ସ୍ବୟଂସିଦ୍ଧା କନକ୍ଲେଭ୍’ ଓ ‘ସମ୍ମାନ ସମାରୋହ’ ଅୟୋଜିତ ହୋଇଯାଇଛି। ଏଥିରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଓ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିବା ୩୦ ଜଣ ମହିଳାଙ୍କୁ ସ୍ବୟଂସିଦ୍ଧା ସମ୍ମାନ-୨୦୨୩’ରେ ସମ୍ମାନିତ କରାଯାଇଛି। ପବିତ୍ର ଦୁର୍ଗାପୂଜା ଉପଲକ୍ଷେ ସଶକ୍ତ, ସ୍ୱାବଲମ୍ବୀ ଓ ଅନନ୍ୟ ପରିଚୟ ସୃଷ୍ଟି କରିଥିବା ମହିଳା ନେତୃତ୍ୱଙ୍କୁ ଗୋଟିଏ ମଞ୍ଚରେ ସମ୍ମାନିତ କରିବା ଓ ସେମାନଙ୍କର ସଙ୍ଘର୍ଷ ଓ ସଫଳତାର ଯାତ୍ରା ବିଷୟରେ ଜାଣିବା ଥିଲା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସାଂସଦ ରାଜଶ୍ରୀ ମଲ୍ଲିକ୍, ବିଧାୟିକା ଲତିକା ପ୍ରଧାନ ଓ ଦୀପାଳୀ ଦାସ, ରାଜ୍ୟ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, କାର୍ସିନୋଭା କ୍ୟାନସର ହସ୍ପିଟାଲର ନିର୍ଦ୍ଦେଶିକା ପ୍ରଜ୍ଞା ପରମିତା ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ପରିଚୟ ଫାଉଣ୍ଡେସନର ମୁଖ୍ୟ ରୋଜାଲିନ ପାଟ୍ଟଶାଣୀ ମିଶ୍ର, ଆଇଏନ୍ ଡବ୍ଲ୍ୟୁଇସିର ରାଷ୍ଟ୍ରୀୟ ଅଧ୍ୟକ୍ଷା ସୁକିର୍ତ୍ତୀ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ। ଏଥିସହ ବିଶିଷ୍ଟ କର୍କଟ ରୋଗ ବିଶେଷଜ୍ଞ କ୍ଷିତିଶଚନ୍ଦ୍ର ମିଶ୍ର ଯୋଗଦେଇ ସ୍ତନ କର୍କଟ ଉପରେ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ।
ବିଶିଷ୍ଟ ସମାଜସେବୀ ନମ୍ରତା ଚଢା, ଓଲିଉଡ୍ ଅଭିନେତ୍ରୀ ଏଲିନା ସାମନ୍ତରାୟ, ମହିଳା ଉଦ୍ୟୋଗୀ ପୁନମ୍ ମହାପାତ୍ର, ମାମୁନ ଦାଶ୍, ରାଜଶ୍ରୀ ପ୍ରଧାନ, ରୋଜାଲିନ ପରିଡ଼ା, ପ୍ରୀତି ଷଡଙ୍ଗୀ, ସୋନାଲିସା ମହାପାତ୍ର, ଇପ୍ସିତା ସାହୁ, ରାମେଶ୍ୱରୀ ନନ୍ଦ, ଅଭିନେତ୍ରୀ ତଥା ଆଙ୍କର ପ୍ରେରଣା ପ୍ରତୀକ୍ଷା, ୟାସ୍ମିନ ହବିବ, ସସ୍ମିତା ହୋତା, କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀଙ୍କ ସହିତ ୩୦ ଜଣ ମହିଳାଙ୍କୁ ସ୍ବୟଂସିଦ୍ଧା ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏଥିସହ ତ୍ରିଶକ୍ତି ମହିଳା ପରିଷଦ ଓ ସ୍ୱାଭୀମାନୀ ଓଡ଼ିଆ ଓମେନସ୍ ୱାର୍ଲ୍ଡର୍ ସଦସ୍ୟାମାନଙ୍କୁ ମଧ୍ୟ ମଞ୍ଚରେ ସମ୍ମାନିତ କରାଯଇଥିଲା। ମହିଳା ଉଦ୍ୟୋଗୀ ଓ ନେତୃତ୍ୱମାନଙ୍କୁ ମାନଙ୍କୁ ଉତ୍ସାହିତ କରିବାକୁ ସବୁବେଳେ ପ୍ରୟାସ ଜାରି ରହିବ ବୋଲି ପରିଚାଳନା ନିର୍ଦ୍ଦେଶିକା ଲିପ୍ସା ପଟ୍ଟନାୟକ ମତବ୍ୟକ୍ତ କରିଥିଲେ। ସୁନାମଧନ୍ୟ ଆଙ୍କର ଗୁନଗୁନ୍ ମଞ୍ଚ ପରିଚାଳନା କରିଥିବାବେଳେ ରଘୁନାଥ ସାହୁ ଧନ୍ଯବାଦ ଅର୍ପଣ କରିଥିଲେ।
Comments are closed.