‘ରାଷ୍ଟ୍ରୀୟ ନିଯୁକ୍ତି ମେଳା’: କଟକରେ ୧୧୨ଜଣଙ୍କୁ ନିଯୁକ୍ତିପତ୍ର ଦେଲେ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ

କଟକ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶର ୩୭ଟି ସ୍ଥାନରେ ଆୟୋଜିତ ‘ରାଷ୍ଟ୍ରୀୟ ରୋଜଗାର ମେଳା’ର ଦଶମ ପର୍ଯ୍ୟାୟରେ ୫୧ ହଜାର ନବ ନିଯୁକ୍ତ କେନ୍ଦ୍ରୀୟ କର୍ମଚାରୀଙ୍କୁ ଅନଲାଇନ୍ ଜରିଆରେ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି।

prayash

ଏହି ଅବସରରେ ଆଜି କଟକରେ ଅୟୋକିତ ‘ରାଷ୍ଟ୍ରୀୟ ରୋଜଗାର ମେଳା’ ଅଧୀନରେ କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ ଭାରତ ସରକାରଙ୍କ ବିଭିନ୍ନ ବିଭାଗର ୧୧୨ ଜଣ ନୂତନ ଯୁବକ ଓ ଯୁବତୀଙ୍କୁ ସ୍ଥାୟୀ ନିଯୁକ୍ତିପତ୍ର ବଣ୍ଟନ କରିଛନ୍ତି। ସମସ୍ତ ଯୁବକ ଏବଂ ସେମାନଙ୍କ ପରିବାରକୁ ସେମାନଙ୍କ ଜୀବନରେ ଏକ ନୂତନ ଅଧ୍ୟାୟ ଆରମ୍ଭ କରିବା ପାଇଁ ଶ୍ରୀ ଟୁଡୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁଙ୍କ ସମେତ ସାଂସଦ ଭର୍ତ୍ତୃହରି ମହତାବ ଉପସ୍ଥିତ ଥିଲେ।

Comments are closed.