ଅନଲାଇନ ବୁକିଂରେ ପର୍ଯ୍ୟଟକଙ୍କୁ ଠକେଇ, ଗୋପାଳପୁର ଥାନାରେ ମାମଲା ରୁଜୁ
ଗୋପାଳପୁର : ବଙ୍ଗୀୟ ପର୍ଯ୍ୟଟକଙ୍କୁ ହୋଟେଲ ବୁକିଂରେ ଠକେଇ ହୋଇଥିବା ନେଇ ହୋଟେଲ ମ୍ୟାନେଜର ବିକାଶ କୁମାର ପାତ୍ର ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ସୂଚନା ପ୍ରକାରେ ହୋଟେଲ ସନାରିୟା ରିସୋର୍ଟ ଆଣ୍ଡ ସ୍ପାରେ ଅକ୍ଟୋବର ମାସରେ ରହିବା ପାଇଁ ୭ ଜଣ ବଙ୍ଗୀୟ ପର୍ଯ୍ୟଟକ ଅନଲାଇନ ମାଧ୍ୟମରେ ରୁମ ବୁକ କରିବା ସହ ଅଗ୍ରୀମ ମଧ୍ୟ ଦେଇଥିଲେ। କିନ୍ତୁ ଏଠାକୁ ଆସି ପର୍ଯ୍ୟଟକ ମାନେ ରୁମ ନ ପାଇ ହଇରାଣ ହୋଇଥିଲେ। ମ୍ୟାନେଜର ବିକାଶ ପର୍ଯ୍ୟଟକଙ୍କୁ ଅନଲାଇନ ଅଗ୍ରୀମ ଦେଇଥିବା ପ୍ରମାଣ ମାଗିଥିଲେ।
କିନ୍ତୁ ମ୍ୟାନେଜର ବିକାଶ ଯାଞ୍ଚ କରିବା ପରେ ଜାଣିବାକୁ ପାଇଲେ ଯେ ଏହି ହୋଟେଲ ସନାରିୟା ରିସୋର୍ଟର ଆକାଉଣ୍ଟ ନମ୍ବର ପୂର୍ବରୁ ମ୍ୟାନେଜର ଭାବେ କାର୍ଯ୍ୟରତ ବିହାରର ଆନନ୍ଦ କୁମାର ବ୍ୟକ୍ତିଗତ ଆକାଉଣ୍ଟ ଖୋଲି ଅଗ୍ରୀମ ନେଇଥିବା ଜଣାପଡିଥିଲା। ଆନନ୍ଦ କୁମାର ଚଳିତ ବର୍ଷ ଫେବୃଆରୀ ମାସରୁ ଅଗଷ୍ଟ ମାସ ପର୍ଯ୍ୟନ୍ତ ମ୍ୟାନେଜର ଭାବେ ଏହି ହୋଟେଲରେ କାର୍ଯ୍ୟରତ ଥିଲେ। ଚଳିତ ବର୍ଷ ଅକ୍ଟୋବର ମାସରେ ୭ ଜଣ ବଙ୍ଗୀୟ ପର୍ଯ୍ୟଟକଙ୍କ ଅଗ୍ରୀମ ନେଇଥିବା ବେଳେ ଚଳିତ ମାସ ୭ ତାରିଖରେ ଜଣଙ୍କ ଅଗ୍ରୀମ ଆନନ୍ଦ ଫେରାଇ ଦେଇଥିଲେ।
ତେବେ ଅନ୍ୟ ୬ ଜଣଙ୍କ ଅଗ୍ରୀମ ୪୬,୬୦୦ ଟଙ୍କା ଠକେଇ କରିଥିବା ନେଇ ମ୍ୟାନେଜର ବିକାଶ କୁମାର ପାତ୍ର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପ୍ରକାରେ ପୁଲିସ କେସ ନମ୍ବର ୪୧୯/୨୩ ମାମଲା ରୁଜୁ କରି ତଦନ୍ତ କରୁଥିବା ଗୋପାଳପୁର ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ସୂଚନା ଦେଇଛ। ହୋଟେଲ ମ୍ୟାନେଜର ବିକାଶଙ୍କ ସହ ଯୋଗାଯୋଗ ବେଳେ ତଦନ୍ତ ପରେ ସେମାନଙ୍କ ପ୍ରାପ୍ତ ଫେରାଯିବ ବୋଲି ସେ କହିଛନ୍ତି।
Comments are closed.