କଟକର ନୂଆ ଜିଲାପାଳ ହେଲେ ନରହରି ସେଠୀ
ଭୁବନେଶ୍ବର: ଆଜି କଟକର ନୂଆ ଜିଲାପାଳ ଭାବେ ନରହରି ସେଠୀ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଡ. ଭବାନୀ ଶଙ୍କର ଚଇନିଙ୍କଠାରୁ କଟକର ନୂଆ ଜିଲାପାଳ ଭାବେ ନରହରି ସେଠୀ ଦାୟିତ୍ବ ଗ୍ରହଣ କରିଛନ୍ତି। ଆଜି ଶ୍ରୀ ସେଠୀ କଟକ ଜିଲାପାଳ କାର୍ଯ୍ୟାଳୟରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା।
କଟକର ନୂଆ ଜିଲ୍ଲାପାଳ ଦାୟିତ୍ୱ ପାଇଥିବା ନରହରି ସେଠୀ ପୂର୍ବରୁ ଉଚ୍ଚଶିକ୍ଷା ବିଭାଗର ନିର୍ଦେଶକ ଭାବେ ଦାୟିତ୍ୱ ସମ୍ପାଦନ କରୁଥିଲେ। ଡ. ଭବାନୀ ଶଙ୍କର ଚଇନିଙ୍କୁ ଉଚ୍ଚ ଶିକ୍ଷା ନିର୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି। ତାଙ୍କ ସ୍ଥାନରେ ନରହରି ସେଠୀ କଟକର ନୂଆ ଜିଲାପାଳ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ଏନେଇ ଗୁରୁବାର ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ସୂଚନା ଅନୁସାରେ, ଭବାନୀ ଶଙ୍କର ଚୟନୀଙ୍କୁ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଥିବାବେଳେ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ ଥିବା ନରହରି ସେଠୀଙ୍କୁ କଟକ ଜିଲାପାଳ ଭାବେ ଗୁରୁଦାୟିତ୍ବ ଦିଆଯାଇଛି।
Comments are closed.