ବଙ୍ଗୋମୁଣ୍ଡାରେ ୧୪୪ ଧାରା ଜାରି, ପରିଚୟପତ୍ର ବାଧ୍ୟତାମୂଳକ

କଣ୍ଟାବାଞ୍ଜି:ବଙ୍ଗୋମୁଣ୍ଡାରେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟଣାରେ ଉପଜିଲାପାଳ ପଦକ୍ଷେପ ଗ୍ରହଣ କରିଛନ୍ତି। ଟିଟିଲାଗଡ଼ ଉପଜିଲାପାଳ ବଙ୍ଗୋମୁଣ୍ଡା ଟାଉନରେ ୧୪୪ ଧାରା ଜାରି କରିଛନ୍ତି। ଆଜି ପୂର୍ବାହ୍ନ ୧୦ଟାରୁ ଆସନ୍ତାକାଲି ମଧ୍ୟରାତ୍ର ପର୍ଯ୍ୟନ୍ତ ୧୪୪ ଧାରା ବଳବତ୍ତର ରହିବ ବୋଲି ସୂଚନା ଦିଆଯାଇଛି।

prayash

୧୪୪ ଧାରା ଜାରି ସମୟରେ କୌଣସି ପ୍ରକାର ସଭା ସମିତି, ଶୋଭାଯାତ୍ରା କରାଯାଇପାରିବ ନାହିଁ। ୫ କିମ୍ବା ତା’ଠାରୁ ଅଧିକ ଲୋକ ଏକାଠି ହେବାକୁ ବାରଣ କରାଯାଇଛି। ବଙ୍ଗୋମୁଣ୍ଡାକୁ କେହି ପ୍ରବେଶ କଲେ ପରିଚୟପତ୍ର ବାଧ୍ୟତାମୂଳକ କରାଯାଇଥିବାବେଳେ ଗାଁର ଚାରି ପାର୍ଶ୍ୱରେ ବ୍ୟାପକ ପୁଲିସ୍‌ ଫୋର୍ସ ମୁତୟନ ହୋଇଛନ୍ତି। ମାଜିଷ୍ଟ୍ରେଟ୍‌ ଦାୟିତ୍ୱରେ ଜଣେ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି।

Comments are closed.