ମହାନବମୀରେ ମାଆଙ୍କର କୁମାରୀ ପୂଜା ଅନୁଷ୍ଠିତ-ତରାସାହିରେ ଧୁମଧାମରେ ଚାଲିଛି ଦୂର୍ଗାପୂଜା
ବାଲିକୁଦା-ବାଲିକୁଦା ବ୍ଲକର ତରାସାହି ପଞ୍ଚାୟତରେ ବଡ ଧୁମଧାମରେ ଚାଲିଛି ଦୂର୍ଗାପୂଜା । ୫ ବର୍ଷଧରି ତରାସାହି ପଞ୍ଚାୟତରେ ଦୃର୍ଗାପୂଜା ଅନୁଷ୍ଠିତ ହୋଇଆସୁଛି । ବଡ ଜାକଜକମରେ ମା’ ଙ୍କର ପୂଜା ଏଠାରେ ହେଉଛି । ଏହି ପୂଜାକାମରେ ପଞ୍ଚାୟତର ସମସ୍ତ ପଞ୍ଚାୟତବାସୀ ସମ୍ମିଳିତ ହୋଇଥିଲେ
ମହାନବମୀ ଅବସରେରେ ପୂଜା ମଣ୍ତପରେ ମାଆଙ୍କର କୁମାରୀ ପୂଜା ଅନୁଷ୍ଠିତ ହୋଇଯାଇଛି । ଗାଁର ବହୁ ସଂଖ୍ୟାର କୁମାରୀ ଝିଅଙ୍କୁ ସସମ୍ମାନେ ଏଥିରେ ପୂଜାର୍ଚ୍ଚନା ସହ ସମ୍ମାନିତ କରାଯାଇଥିଲା । ଶ୍ରଦ୍ଧାଳୁ ମାନେ କିଭଳି ମା ଙ୍କ ଦର୍ଶନ କରିବେ , ପୂଜାପାଠ କରିବେ ଓ ପ୍ରସାଦ ପାଇବେ ସେଥିପାଇଁ ପୂଜା କମିଟି ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ତରାସାହି ପଞ୍ଚାୟତକୁ ଆସି ପୂଜା ମଣ୍ତପରେ ମା ଙ୍କୁ ଦର୍ଶନ କଲେ ବାଲିକୁଦା-ଏରସମା ବିଧାୟକ ରଘୁନନ୍ଦନ ଦାସ ଓ ବାଲିକୁଦା ବ୍ଲକ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରକାଶ ପ୍ରଧାନ । । ପୂଜାକମିଟି ତରଫରୁ ବିଧାୟକଙ୍କୁ ସୌମ୍ୟରଞ୍ଜନ ବିଶ୍ବାଳ ଓ ସତ୍ୟରଞ୍ଜନ ବେହୁରା ସମ୍ବର୍ଦ୍ଧନା କରିଥିଲେ ।
Comments are closed.