ସୋମବାର ରାଶିଫଳ (୨୩.୧୦.୨୦୨୩)
ମେଷ: ବିଶେଷ ସୂତ୍ରରୁ ଧନାଗମର ସୂଚନା ମିଳୁଛି। ମନ ପ୍ରସନ୍ନ ରହିବ। ନିଜର ବଂଶ ମର୍ଯ୍ୟାଦା ରକ୍ଷା କରିବାରେ ସକ୍ଷମ ହେବେ। କ୍ରୋଧୀ ଓ କୃପଣ ହେବେ। ଗୁରୁ ଓ ଆତ୍ମୀୟଙ୍କ ପ୍ରତି କପଟ ସ୍ନେହ ଦେଖାଇବେ।
ବୃଷ: ଧନବାନ୍ ହେବେ। ଗୋଦାନ କରି ଧର୍ମ ଅର୍ଜନ କରିପାରନ୍ତି। ଅଙ୍ଗଭୂଷଣ, ବସ୍ତ୍ରାଭରଣ ଆଦି ଦୀନ, ଦରିଦ୍ରଙ୍କୁ ଅର୍ପଣ କରିପାରନ୍ତି। କାଙ୍ଗାଳ ଭୋଜନ ଦେଇ ଆତ୍ମସମୀକ୍ଷା ଲାଭ କରିବେ।
ମିଥୁନ: ପୀଡ଼ା ଅନୁଭବ କରିପାରନ୍ତି। ଧନହାନୀର ସୂଚନା ମିଳୁଛି। ଚୋର ଭୟ ଅଛି। ଶତ୍ରୁ ବଳବାନ୍ ହୋଇପାରେ। ସରକାରଙ୍କ କୋପ ଦୃଷ୍ଟି ପ୍ରତି ସତର୍କ ରହିବାକୁ ପଡ଼ିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ବର୍କଟ: ମନୋହାରିଣୀ ଗୃହଲକ୍ଷ୍ମୀ ପତ୍ନୀ ପ୍ରାପ୍ତିର ସୂଚନା ମିଳୁଛି। ସୌଭାଗ୍ୟଯୁକ୍ତ ଓ କଳଙ୍କରହିତା, ବୁଦ୍ଧିମତୀ, ପ୍ରତିପ୍ରାଣା ଓ ସନ୍ତାନବତୀ ହୋଇପାରନ୍ତି। କଥାବାର୍ତ୍ତା ଓ ବ୍ୟବହାରରେ ସଂଯମତା ରକ୍ଷା କରିବେ।
ସିଂହ: ଶତ୍ରୁମାନେ ଅପସରି ଯିବେ। ବାକ୍ ଚାତୁରୀ, ସ୍ନେହ, ମମତା ଓ ବାତ୍ସଲ୍ୟ ପ୍ରୀତି ପ୍ରଦର୍ଶନ କରି ସମସ୍ତଙ୍କର ପ୍ରିୟପାତ୍ର ହୋଇପାରନ୍ତି। ଧର୍ମକର୍ମ ରତ ପତ୍ନୀଙ୍କ ପରିଶ୍ରମରୁ ଧନ ପ୍ରାପ୍ତ ହୋଇପାରନ୍ତି। ସୁଖୀ ହେବେ।
କନ୍ୟା: କନ୍ୟାମାନେ ସ୍ବାବଲମ୍ବୀ ହୋଇପାରନ୍ତି। ପତିପ୍ରାଣା ଗୃହଲକ୍ଷ୍ମୀ ଭାବେ କେତେକ ପରିବାର ସ୍ନେହୀ ହେବେ। ଶାସ୍ତ୍ରାଦି ଗୁଣରେ ଭୂଷିତା ହେବେ। ବାପ ଘର ଓ ଶାଶୂ ଘର ଉଭୟଙ୍କର ହିତକର ହେବେ।
ତୁଳା: କୃଷି କର୍ମରୁ ବିଶେଷ ଉପକୃତ ହେବେ। ଗୃହ ପରିବେଶ ପ୍ରଦୂଷଣମୁକ୍ତ ରହିବ। ଯୁଦ୍ଧକ୍ଷେତ୍ରରେ ପାରଙ୍ଗମ ହେବେ। ସଦାସର୍ବଦା ହାସ୍ୟ ମୁଖର ହେବେ। ଧର୍ମ କୀର୍ତ୍ତନରୁ ସୁଖପ୍ରାପ୍ତ ହେବେ। ସୁସ୍ଥ ଜୀବନ ବିତାଇବେ।
ବିଛା: ପ୍ରତ୍ୟେକ କ୍ଷେତ୍ରରେ, କାର୍ଯ୍ୟରେ, ଯୁକ୍ତିତର୍କରେ, ପ୍ରତିଯୋଗିତାରେ ଓ କର୍ମକ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିପାରନ୍ତି। ସଂସ୍ଥା ପରିଚାଳନାରେ ନିଜର ପାରଦର୍ଶିତା ପ୍ରତିପାଦନ କରି ସମସ୍ତଙ୍କ ପ୍ରିୟପାତ୍ର ହେବେ।
ଧନୁ: ସ୍ଥିର ସମ୍ପତ୍ତିରୁ ଧନ ପ୍ରାପ୍ତ ହୋଇପାରନ୍ତି। ଚତୁଷ୍ପଦ ଜାତି ପ୍ରାଣୀଙ୍କୁ ପାଳି, ପୋଷି, ଧନ ଅର୍ଜନ କରିପାରନ୍ତି। ଯଶସ୍ବୀ କାର୍ଯ୍ୟ ଧନ ଅର୍ଜନର କାରଣ ହୋଇପାରେ। ଧର୍ମ କାର୍ଯ୍ୟ କରି ଧନ ଅର୍ଜନ କରିପାରନ୍ତି।
ମକର: ଗୁରୁ ଓ ବନ୍ଧୁବାନ୍ଧବଙ୍କ ମନକୁ ଭୁଲାଇବା ପାଇଁ ଯେଉଁ ସ୍ନେହ ପ୍ରଦର୍ଶନ କରିବେ ସେଥିରେ କିଛିଟା ସ୍ବାର୍ଥ ଓ କପଟ ସ୍ବଭାବ ରହିବ। ସେବା ଓ ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି।
କୁମ୍ଭ: ଦେବ-ବ୍ରାହ୍ମଣ ପ୍ରିୟ ହୋଇପାରନ୍ତି। ସିଦ୍ଧ, ସାଧୁ ଓ ତପସ୍ବୀମାନଙ୍କର ସେବାରେ ନିଜକୁ ନିୟୋଜିତ କରିପାରନ୍ତି। ଉପାଦେୟ ପୁସ୍ତକ, ପୁରାତନ ଇତିହାସ ଓ ଶାସ୍ତ୍ରାଦି ଅଭ୍ୟାସ ପାଇଁ ଧନ ବ୍ୟୟ କରିବେ।
ମୀନ: ବହୁ ପ୍ରକାର ଲାଭଯୁକ୍ତ ହେବେ। ମିତ୍ରଠାରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସରକାରୀ ସ୍ତରରୁ ସମ୍ମାନ ସ୍ବରୂପ ପଦ ପଦବୀରେ ଭୂଷିତ ହୋଇପାରନ୍ତି। ଶୁଦ୍ଧ ବାକ୍ୟ ବିନିମୟ ଓ କଥାର ବୈଚିତ୍ର୍ୟରୁ ଧନପ୍ରାପ୍ତ ହେବେ।
Comments are closed.