ଶାରଦୀୟ ଉତ୍ସବରେ ଜୁଗାର ଯାତ୍ରା ଶୋଭାଯାତ୍ରା

ରେଙ୍ଗାଲିକ୍ୟାମ୍ପ:ଶାରଦୀୟ ଦୁର୍ଗା ପୂଜା ଅବସରରେ ଚାରିଆଡ଼େ ଉତ୍ସବ ମୁଖର ହୋଇଥିବା ବେଳେ ବରଗଡ଼ ଜିଲା ଅତାବିରା ଏନଏସି ୱାର୍ଡ ନଂ ୮ ଶାସ୍ତ୍ରୀ ନଗର ବାସୀ ମା’ ଦୂର୍ଗାଙ୍କୁ ଭେଟି ଦିଅନ୍ତି ମା’ଙ୍କର ଅତିପ୍ରିୟ ଜୁଗାର। ଏହି ଜୁଗାରକୁ ବଡ ସାଜ ସଜ୍ଜା ସହ ମହା ସମାରୋହରେ ନିଆଯାଏ ମା’ଙ୍କ ମନ୍ଦିର ପର୍ଯ୍ୟନ୍ତ। ଯାହାକୁ ଦେଖିବା ପାଇଁ ହଜାର ହଜାର ଦର୍ଶକ ଦେଖିବା ସହ ହଜାର ହଜାର ଭକ୍ତ ପଦରେ ଚାଲି ଚାଲି ଯାଇଥାନ୍ତି ଜୁଗାର ସହ ।

prayash

ଏଥିପାଇଁ.ଦୀର୍ଘ ଦୁଇ ମାସରୁ ସାଢେ଼ ଛଅ ଫୁଟ ଉଚ୍ଚତାର ଜୁଗାର ପାଇଁ ଅଣ୍ଟା ଭିଡିଥାନ୍ତି ପଡାବାସୀ। ଏହି କୁଗାର ପାଇଁ ଏକ କ୍ୟୁଣ୍ଟାଲ ଧାନର ଖଇ, ଦେଢ଼ କ୍ୟୁଣ୍ଟାଲ ଗୁଡ, ୧୦କେଜି କାଜୁ, ୫କେଜି କିସମିସ, ଦୁଇ କେଜି ପିସ୍ତା ବାଦାମ, ୫୦ଗୋଟି ନଡ଼ିଆ ବ୍ୟତୀତ ମହୁ, ଗୋରସ, ଦହି, ଘିଅ ମିଶ୍ରିତରେ ତିଆରି କରାଯାଏ।.କେବଳ ସେତିକି ନୁହେଁ ଜୁଗାର ଯାତ୍ରା ପାଇଁ ରାମ ବେଶରେ ସନ୍ତୋଷ ପଶାୟତ ଅଭିନୟ କରିଥିବାବେଳେ ଲକ୍ଷଣ ବେଶରେ ଭୂର୍ସୁବ ସାହୁ, ହନୁମାନ ବେଶରେ ଧ୍ବଜ୍ ଗଡୁଆ, ସୁଗ୍ରୀବ ବେଶରେ ସନ୍ୟାସୀ ପ୍ରଧାନ, ଜାମ୍ୱବାନ ବେଶରେ ପ୍ରମୋଦ ବଢେଇ, ଋଷି ବେଶରେ ଜନ୍ମ ପ୍ରଧାନ ରହିଥିବାବେଳେ ଅନ୍ୟ ଦଶଟି ବେଶରେ ଶବର,ବାଲ ହନୁମାନ ସୁସଜ୍ଜିତ ରଥରେ ଅଧିଷ୍ଠିତ ହୋଇ ଶୋଭାଯାତ୍ରା ହୋଇଥିଲା। ସ୍ବତନ୍ତ୍ର ଆକର୍ଷଣ ହୋଇଥିଲା କଟକରୁ ଆସିଥିବା ଆତସ ବାଜି ଜୁଗାର୍ ଯାତ୍ରା ୫ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁମାନଙ୍କ ଦ୍ବାରା ରେମଣ୍ଡାରୁ ଆସିଥିବା ଘଣ୍ଟବାଦ୍ୟ, ଅତାବିରା ଓ ସରଣ୍ଡାର ଦୁଲୁଦୁଲି ବାଦ୍ୟ, ଦେବାହାଲର ଛତ୍ରୀ ସହ ଘଣ୍ଟ, ଶଙ୍ଖ, ହରିବୋଲ ହୁଳହୁଳିରେ ଶାସ୍ତ୍ରୀ ନଗର ଆନ୍ଦ୍ରପଡ଼ା ରାମ ମନ୍ଦିରରୁ ବାହାରି ଦୀର୍ଘ ୫କିଲୋମିଟର ଶୋଭାଯାତ୍ରାରେ ବାହାରି ଦୁର୍ଗା ମନ୍ଦିର ଅଭିମୁଖେ ପହଞ୍ଚିଥିଲା। ଏହି ଶୋଭାଯାତ୍ରା କୁ ଦେଖିବା ପାଇଁ ଆଖପାଖ ଅଞ୍ଚଳ ତଥା ରାସ୍ତା ଦୁଇ କଡ ରେ ଶ୍ରଦ୍ଧାଳୁ ମାନଙ୍କର ଭିଡ ଉତ୍ସବ ମୁଖର ହୋଇଥିଲା। ଏଥିରେ କମିଟିର ସଭାପତି ରଥି ସ୍ୱାଇଁ, ସଂପାଦକ ଦୋରା ବାବୁ, କୋଷାଧ୍ୟକ୍ଷ ମନୋରଞ୍ଜନ ପ୍ରଧାନ ଦାୟିତ୍ଵ ନିର୍ବାହ କରୁଥିବା ବେଳେ ସରୋଜ ପ୍ରଧାନ, ଅମୂଲ୍ୟ ସ୍ୱାଇଁ, ରଞ୍ଜନ ପ୍ରଧାନ, ବଳରାମ ପ୍ରଧାନ, ମୁନ୍ନା, ଗଣେଶ, ଦୋରା ବାବୁ, ପାପୁ ,ପବନ ,ଜି ଅନିଲ ,ବୃଷଭ ସାହୁ, ସୁରେଶ, ଶ୍ରୀଧର ୱାର୍ଡ ନଂ ୮ର ସମସ୍ତ ଶତାଧିକ ଆବାଳ ବୃଦ୍ଧ ବନିତା ସକ୍ରିୟ ସହଯୋଗ କରିଥିଲେ।

Comments are closed.