ବଙ୍ଗୋପ ସାଗରରେ ସାମ୍ଭବ୍ୟ ବାତ୍ୟାର ନାଁ ‘ ହାମୁନ’- ଓଡ଼ିଶାକୁ ଭୟ ନାହିଁ

ଏହି ଦେଶ ଅନୁସାରେ ନାମ କରଣ

ଭୁବନେଶ୍ୱର- ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇଛି । ଏହା ଧୀରେ ଧୀରେ ଘନୀଭୂତ ହୋଇ ଅବପାତରେ ପରିଣିତ ହେବେ ଏହା ସାଇକ୍ଲୋନିକ୍‌ ଷ୍ଟର୍ମ ବା ସାମୁଦ୍ରିକ ଝଡରେ ପରିଣତ ହେବ ବୋଲି ଭାରତୀୟ ପାଣିପାଗ ପକ୍ଷରୁ ପ୍ରକାଶିତ ପାଣିପାଗ ବୁଲେଟିନ୍‌ରେ ସୂଚନା ଦିଆଯାଇଛି । ଏହାର ନାମକରଣ ହାମୁନ୍‌ ରଖାଯାଇଛି ।

prayash

ବାତ୍ୟାମାନଙ୍କର ନାମ କରଣ କରାଯାଉଥିବା ବେଳେ ଏହା ଶଦ୍ଦଟି ଇରାନ୍‌ରୁ ଆସିଛି । ଆରବ ସାଗରରେ ବାତ୍ୟା ତେଜ୍‌ ଓମାନ୍‌ ଏବଂ ୟେମନ ଉପକୂଳ ଆଡକୁ ମୁହାଁଉଛି । ଏହା ଭୀଷଣ ବାତ୍ୟାରେ ପରିଣତ ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି । ବଙ୍ଗୋପସାଗରରେ ଏକ ଲଘୁଚାପ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି । ଏହା ପାରଦୀପଠାରୁ ୫୯୦ କିଲୋମିଟର ଦୂରରେ ରହିଛି ।

ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଗଭୀର ଅବପାତରେ ପରିଣତ ହେବା ସହ ଉତ୍ତରପଶ୍ଚମି ଦିଗରେ ମୁହାଁଇବା ଏହା ପ୍ରଭାବରେ ସୋମବାର ଏବଂ ମଙ୍ଗଳବାରରେ ଓଡ଼ିଶାରେ ହାଲକା ବର୍ଷା ହୋଇପାରେ । ୧୨ ଘଣ୍ଟା ପରେ ଏହା ନିଜର ଗତିପଥ ବଦଳାଇ ବାଂଲାଦେଶ ମୁହାଁ ହେବ । ଆସନ୍ତା ୩ ଦନି ସମୁଦ୍ର ମଧ୍ୟରେ ଗତି କରି ଏହା ସାମୁଦ୍ରିକ ଝଡର ବା ସାଇକ୍ଲୋନିକ୍‌ ଷ୍ଟର୍ମର ରୂପ ନେବା ସହ ବାଂଲାଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି । ଏହା ବାତ୍ୟା ରୂପ ନ ନେଇ ପାରେ ବୋଲି ଏମ୍‌ଜଓ ମଡେଲ୍‌ରୁ ଜଣା ପଡିଥିବା ବେଳେ ୨୩ ତାରିଖ ସନ୍ଧ୍ୟା ୬ ଟା ବେଳକୁ ଏହା ସାମୁଦ୍ରିକ ଝଡ ବା ସାଇକ୍ଲୋନିକ୍‌ ଷ୍ଟର୍ମର ରୂପ ନେବା ବୋଲି ସମ୍ଭାବନା ବ୍ୟକ୍ତ କରାଯାଇଛି ।

Comments are closed.