ଅତାବିରାରେ ମୃଣ୍ମୟୀ ଦେବୀଙ୍କ ନବରାତ୍ର ପୂଜା ପାଇଁ ଭବ୍ୟ କଳସ ଶୋଭାଯାତ୍ରା

ରେଙ୍ଗାଲିକ୍ୟାମ୍ପ: ଦୂର୍ଗା ମନ୍ଦିର ସାମ୍ନା ମୃଣ୍ମୟୀ ଦେବୀଙ୍କ ନବରାତ୍ର ପୂଜା ବିଧିକ୍ରମେ ସପ୍ତମୀ ପୂଜା ପାଇଁ ଆଜି ଶ୍ରୀରାମ ବାବା ମଠ ପୋଖରୀ ତୁଠରେ ସୁବିଜ୍ଞ ପଣ୍ଡିତମାନଙ୍କ ଦ୍ବାରା ପୂଜାର୍ଚ୍ଚନା ପୂର୍ବକ ଜଳପୂର୍ଣ୍ଣ କଳସ ମୁଣ୍ଡାଇ ଘଣ୍ଟ, ଶଙ୍ଖ, ହରିବୋଲ, ହୁଳହୁଳି, ବିଭିନ୍ନ ପ୍ରକାର ମାଙ୍ଗଳିକ ବାଜାବାଦ୍ୟରେ ଏକ ଭବ୍ୟ ଶୋଭା ଯାତ୍ରା, ନବକୁମାରି ଓ ରାମଲକ୍ଷ୍ମଣ, ସୀତା, ହନୁମାନ ରଥାରୁଢ଼ ହୋଇ ସହର ପରିକ୍ରମା କରିଥିଲେ। ମୃଣ୍ମୟୀ ଦେବୀଙ୍କ ପୀଠକୁ ପହଞ୍ଚି ପୂଜାର୍ଚ୍ଚନା କରାଯାଇଥିଲା। କର୍ତ୍ତା ଦାୟିତ୍ୱରେ ସମ୍ବିତ ପ୍ରଧାନ ଓ ସପତ୍ନିକ ଅନୁସୟା ପ୍ରଧାନ ଦାୟିତ୍ବ ତୁଲାଇବାକୁ ଥିବା ବେଳେ ପଣ୍ଡିତ ପଦ୍ମପାଣି ମହାପାତ୍ର ଓ ତାଙ୍କ ସାଥୀ ପୂଜାକାର୍ଯ୍ୟ ପାଇଁ ବ୍ରହ୍ମା ବରଣ ହୋଇଛନ୍ତି।

prayash

ଭାଇ ଜିଉଁନ୍ତିଆ ଓଷା ସହ ଆସନ୍ତା ୨୪ତାରିଖ ପର୍ଯ୍ୟନ୍ତ ବସ ଷ୍ଟାଣ୍ଡ ନିକଟସ୍ଥ ପଡିଆ ଠାରେ ତିହାର ଲୋକ ମହୋତ୍ସବ ୨୧ ତାରିଖ ବଲାଙ୍ଗୀରର ପଞ୍ଚମ ସାଂସ୍କୃତିକ ଅନୁଷ୍ଠାନ, ସୋନପୁରର ପଏଁରା ସାଂସ୍କୃତିକ ଅନୁଷ୍ଠାନ, କଟକର ନଟରାଜ କଳା ପରିଷଦ, ୨୨ତାରିଖ ରେ ପାଟଣାଗଡର ଝଙ୍କାର ମ୍ୟୁଜିକ, ଲୋଇସିଂହାର ସୂର୍ ସଙ୍ଗମ, କଟକର ନୃତ୍ୟ ମନ୍ଦିର ଡ୍ୟାନ୍ସ ଏକାଡେମୀ ଓ ୨୩ତାରିଖରେ ସମ୍ବଲପୁରର ରଙ୍ଗ ଫରୁଆ, ରାୟଗଡ଼ାର ଗାୟତ୍ରୀ କକା ସଂଗଠନ, ପଦ୍ମପୁରର ସଙ୍ଗୀତ ସମିତି ଯୋଗ ଦେବାକୁ ଥିବାବେଳେ ୨୨ତାରିଖରେ ବାବେବିରା ଠାରୁ ସମ୍ବଲପୁର ନୃତ୍ୟ ଓ ସୋନୁଟିକ୍ରା କୃଷ୍ଣଗୁରୁ ଦଳଙ୍କ ଓ ୨୩ତାରିଖ ଭୋଇପୁରାରୁ ସମ୍ବଲପୁର ନୃତ୍ୟ ଦଳ ଓ ଦଣ୍ଡନୃତ୍ୟ ଦଳଙ୍କ ସାହାଯ୍ୟରେ ଯୁଗାର ଯାତ୍ରା ମୃଣ୍ମୟ ଦେବୀଙ୍କ ଯଜ୍ଞ ମଣ୍ଡପ କୁ ପହଞ୍ଚି ୨୪ତାରିଖ ରାମଙ୍କ ବିଜୟ ଉତ୍ସବ ଓ ରାବଣ ପୋଡ଼ି ସହ ୨୫ତାରିଖ ଦିନ ଭସାଣି ସମ୍ବଲପୁର ନୃତ୍ୟ ଦଳ,ହୀରାକୁଦ ର ଜୟ ମାତାଦୀ ଘଣ୍ଟ ପାର୍ଟି, ଅତାବିରାର ନ୍ୟୁ ଭାରତ ବ୍ୟାଣ୍ଡ ପାର୍ଟି ସହ ମୃଣ୍ମୟୀ ଦେବୀ ଙ୍କ ଭସାଣୀ ଶୋଭାଯାତ୍ରା ହେବ ବୋଲି ଦୂର୍ଗାମନ୍ଦିର କମିଟି ପକ୍ଷରୁ ସୂଚନା ମିଳିଛି।ସେହିପରି ଆରଏମସି ମାର୍କେଟ ମା’ ଜଗତଜନନୀ ଦୁର୍ଗା ପୂଜା ନବରାତ୍ର ପାଇଁ ପଣ୍ଡିତ ସଂଜୟ ଦାଶ ଓ ତାଙ୍କ ସାଥିମାନେ ପୂଜା କାର୍ଯ୍ୟ ପାଇଁ ବ୍ରହ୍ମା ବରଣ ହୋଇଥିବା ବେଳେ କର୍ତ୍ତା ଭାବରେ ସାପତ୍ନିକ କୌଶିକ ମହକୁର ଓ ତାଙ୍କ ଧର୍ମପତ୍ନୀ ରଶ୍ମିତା ମହାକୁର କାର୍ଯ୍ୟ ତୁଲାଉଛନ୍ତି। ଏହି ଅବସରରେ ଲଦେର ପାଲି ଗାଁ ପୋଖରୀ ତୁଠରେ ପୂଜାର୍ଚ୍ଚନା ପୂର୍ବକ ଏକ କଳସ ଶୋଭାଯାତ୍ରା ସଙ୍କୀର୍ତ୍ତନ ଦୁଲୁଦୁଲି,ଘଣ୍ଟ ଶଙ୍ଖ ହରିବୋଲ ହୁଳହୁଳି ର ତାଳରେ ମହିଳା ମାନେ ଜଳ ପୂର୍ଣ୍ଣ କଳସ ମୁଣ୍ଡେଇ ମାର୍କେଟ ସ୍ଥିତ ମୃଣ୍ମୟୀ ଦେବୀଙ୍କ ଯଜ୍ଞ ମଣ୍ଡପକୁ ପହଞ୍ଚି ପୂଜା କାର୍ଯ୍ୟ ଆରମ୍ଭ ହୋଇଯାଇଛି।ସନ୍ଧ୍ୟାରେ ରେ ଭାଇ ମାନଙ୍କ ଦୀର୍ଘାୟୁ କାମନା ପାଇଁ ମୃଣ୍ମୟୀ ଦେବୀ ଭଗବତୀ ମାଁ ଦୂର୍ଗାଙ୍କ ସମୀପରେ ଭଉଣୀମାନଙ୍କ ଦ୍ବାରା ଭାଇ ଜିଉନ୍ତିଆ ଓଷା ପାଳିତ ହେବାକୁ ଥିବାବେଳେ କୁନି କୁନି ଶିଶୁ କଳାକାର ମାନଙ୍କ ପାଇଁ ଭିନ୍ନ ଭିନ୍ନ ପ୍ରକାରର ପ୍ରତିଯୋଗିତା ମାନ ରଖା ଯାଇଛି।ସମ୍ବଲପୁରୀ ନୁନି ର ଅଣ୍ଟା ଭଙ୍ଗା ଚାଲି(ରେମ୍ପ୍ ସୋ),ଏକକ ଅଭିନୟ ପରିବେଷଣ ପ୍ରତିଯୋଗିତା ହେବା ସହ ୨୨ତାରିଖ ରଙ୍ଗୋଲି ପ୍ରତିଯୋଗିତା, ୩ରୁ ୬ବର୍ଷ ଜୁନିଅର ବିଭାଗ ପାଇଁ ନୃତ୍ୟ ପ୍ରତିଯୋଗିତା ସିଙ୍ଗଲ ଓ ଗ୍ରୁପ,୨୩ତାରିଖ ୧୦ ରୁ ୧୮ ସିନିୟର୍ ବିଭାଗ ପାଇଁ ନୃତ୍ୟ ପ୍ରତିଯୋଗିତା ସିଙ୍ଗଲ ଓ ଗ୍ରୁପ ସାଂସ୍କୃତିକ କାର୍ଯ୍ୟକ୍ରମ ହେବା ସହ ଅନ୍ନ କୋଟ ର ବ୍ୟବସ୍ଥା ରହିଥିବା କମିଟି ପକ୍ଷରୁ ଜଣାପଡ଼ିଛି।

Comments are closed.