ରାଜ୍ୟରେ ଆଜିଠୁ ପୁଣି ଗଡିବ ବସ୍, ସ୍ଥଗିତ ରହିଲା ବସ୍ ଧର୍ମଘଟ

ମୁଖ୍ୟମନ୍ତ୍ରୀ ଓ ପରିବହନ ମନ୍ତ୍ରୀଙ୍କ ଅପିଲ ପରେ ବସ ଧର୍ମଘଟ ସ୍ଥଗିତ, ଆଜି ରାତିରୁ ବସ ଚଳାଚଳ ସ୍ବାଭାବିକ

ଭୁବନେଶ୍ବର: ସ୍ଥଗିତ ରହିଲା ବସ୍ ଧର୍ମଘଟ । ଆଜିଠୁ ରାଜ୍ୟରେ ପୁଣି ଚାଲିବ ଘରୋଇ ବସ୍ । ଆସନ୍ତା ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଧର୍ମଘଟକୁ ସ୍ଥଗିତ ରଖିଛି ଘରୋଇ ବସ୍ ମାଲିକ ସଂଘ। ରାଜ୍ୟରେ ଘରୋଇ ବସ ଧର୍ମଘଟ ଆସନ୍ତା ୩୧ ପର୍ଯ୍ୟନ୍ତ ସ୍ଥଗିତ ରହିବା ନେଇ ସାମ୍ବାଦିକ ସମ୍ମିଳନୀ ଜରିଆରେ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଓ ପରିବହନ ମନ୍ତ୍ରୀଙ୍କ ଅପିଲ ପରେ ବସ ଧର୍ମଘଟ ସ୍ଥଗିତ ରଖାଯାଇଛି। ଆଜି ରାତିରୁ ବସ ଚଳାଚଳ ସ୍ବାଭାବିକ ହେବ ବୋଲି ଶ୍ରୀ ସାହୁ ପ୍ରକାଶ କରିଛନ୍ତି।

prayash

ଆଜି ପରିବହନ ମନ୍ତ୍ରୀ ବଂ ବରିଷ୍ଠ ଅଧିକାରୀମାନଙ୍କ ସହିତ ଘରୋଇ ବସ ମାଲିକ ସଂଘର କର୍ମକର୍ତ୍ତା ଆଲୋଚନା କରିଥିଲେ। ଆଲୋଚନା ପରେ ରାଜ୍ୟରେ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ବସ ଧର୍ମଘଟ ଦେଇଥିବା ଡାକରାକୁ ସଂଘ ପକ୍ଷରୁ ଉଠାଇ ଦିଆଯାଇଥିଲା ଏବଂ ଆଜିଠାରୁ ସ୍ବାଭାବିକ ଭାବେ ରାଜ୍ୟରେ ବସ ଚଳାଚଳ ପୂର୍ବପରି କରିବ ବୋଲି ଘୋଷଣା କରାଯାଇଥିଲା। ସରକାର ଲିଖିତି ପ୍ରତିଶ୍ରୁତି ନଦେବାରୁ ମାଲିକ ସଂଘ ବସ୍ ଧର୍ମଘଟ ନିଷ୍ପତ୍ତି ନେଇଥିଲା ଏବଂ ଆଜିସକାଳ ୬ଟାରୁ  ବସ୍ ଧର୍ମଘଟ ଜାରି ରହି ରହିଥିଲା ବୋଲି ଶ୍ରୀ ସାହୁ ପ୍ରକାଶ କରିଛନ୍ତି।

Comments are closed.