ଫୁଲବାଣୀରେ ମହାବିଦ୍ୟାଳୟ ଅଧ୍ୟକ୍ଷ କର୍ମଶାଳା ଅନୁଷ୍ଠିତ
ଫୁଲବାଣୀ: ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ମହାବିଦ୍ୟାଳୟ ବିକାଶ ପରିଷଦ ତରଫରୁ କନ୍ଧମାଳ ଜିଲାର ଫୁଲବାଣୀ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟରେ କନ୍ଧମାଳ ଏବଂ ଗଞ୍ଜାମ ଜିଲାର ବିଭିନ୍ନ ସରକାରୀ ଏବଂ ବେସରକାରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ଅଧ୍ୟକ୍ଷାମାନଙ୍କୁ ନେଇ ଜାତୀୟ ଶିକ୍ଷା ନୀତି ୨୦୨୦ ଏବଂ NAAC(ନାକ ) ମାନ୍ୟତା ପ୍ରସଙ୍ଗରେ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ, ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ, ପ୍ରଫେସର ସୁଧାକର ପାତ୍ର, ପ୍ରଫେସର ଲକ୍ଷ୍ମୀଧର ରାଉତ, ପ୍ରଫେସର ମାନସ ରଞ୍ଜନ ପାତ୍ର ଏହା ସହିତ ବ୍ରହ୍ମପୁର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ଡ. ସିଦ୍ଧାର୍ଥ ଶଙ୍କର ପାଢ଼ୀ ଯୋଗଦେଇଥିଲେ।
ଏହା ସହିତ ଫୁଲବାଣୀ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ସୁବାସ ଚନ୍ଦ୍ର ପ୍ରଧାନ ଏବଂ ଅନ୍ୟାନ୍ୟ ସରକାରୀ ଓ ବେସରକାରୀ ମହାବିଦ୍ୟାଳୟର ଅଧ୍ୟକ୍ଷମାନେ ଯୋଗଦେଇଥିଲେ। ଉକ୍ତ କର୍ମଶାଳାରେ ଜାତୀୟ ଶିକ୍ଷା ନୀତି ୨୦୨୦ର ପ୍ରୟୋଗ ଏବଂ ମହାବିଦ୍ୟାଳୟଗୁଡିକ କିଭଳି ଭାବେ NACCର ମାନ୍ୟତା ପାଇପାରିବେ ସେହି ବିଷୟରେ ଆଲୋଚନା ହୋଇଥିଲା। କର୍ମଶାଳାରେ ୨୨ଟି ମହାବିଦ୍ୟାଳୟର ଅଧ୍ୟକ୍ଷମାନେ ଯୋଗଦେଇ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ମହାବିଦ୍ୟାଳୟ ସମ୍ମୁଖରେ ନୂତନ ଭାବେ ସ୍ଥାପନ କରାଯାଇଥିବା ଗାଇଡ ମାନଚିତ୍ରକୁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ ଉଦଘାଟନ କରିଥିଲେ। ଫୁଲବାଣୀ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
Comments are closed.