ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, ଓଡ଼ିଶାରେ ୨୯ରୁ ବଢ଼ିବ ବର୍ଷା

ଭୁବନେଶ୍ବର : ରାଜ୍ୟରେ ଏବେ କାଁ ଭାଁ ବର୍ଷା ହେଉଥିବାବେଳେ ଆସନ୍ତା ୨୯ ତାରିଖରୁ ବର୍ଷା ପରିମାଣ ବଢ଼ିବ। ଚଳିତ ମୌସୁମୀ ଋତୁରେ ରାଜ୍ୟର ଦୁଇଟି ଜିଲା କେନ୍ଦ୍ରାପଡ଼ା ଏବଂ ନବରଙ୍ଗପୁରରେ ସ୍ବାଭାବିକ ଠାରୁ କମ ବର୍ଷା ହୋଇଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ, ରାଜ୍ୟରେ ଏବେ କାଁ ଭାଁ ବର୍ଷା ହେଉଛି। ଆଜି ଅପରାହ୍ଣ ସୁଦ୍ଧା ବାରିପଦାରେ ସର୍ବାଧିକ ୫୮ ମି.ମି., ଝାରସୁଗୁଡ଼ାରେ ୨୯.୨ ମି.ମି. ଏବଂ ୨୭.୧ ମି.ମି ବର୍ଷା ହୋଇଛି। ଆସନ୍ତା ୨୯ ତାରିଖ ଯାଏଁ ଏପରି ପାଣିପାଗ ସ୍ଥିତି ଲାଗି ରହିବ। ପରବର୍ତ୍ତୀ କାଳରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଏବଂ ଲଘୁଚାପ ପ୍ରଭାବରେ ବର୍ଷା ପରିମାଣ ବଢ଼ିବ।

prayash

ଆସନ୍ତାକାଲି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି, କୋରାପୁଟ ଏବଂ ନବରଙ୍ଗପୁର ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ସତର୍କତା ଜାରି ହୋଇଛି। ଚଳିତ ମୌସୁମୀ ଋତୁ ୧ ଜୁନରୁ ୨୫ ସେପ୍ଟେମ୍ବର ସୁଦ୍ଧା ରାଜ୍ୟରେ ମୋଟ ୧୦୯୦ ମି.ମି. ବର୍ଷା ରେକର୍ଡ଼ ହୋଇଛି। ଏହା ସ୍ବାଭାବିକ ବର୍ଷା ଠାରୁ ମାତ୍ର ୩ଧ କମ୍। ଅନ୍ୟପକ୍ଷରେ ତିନିଟି ଜିଲା ଝାରସୁଗୁଡ଼ା (୧୪୪୩.୮ ମି.ମି.), ଢେଙ୍କାନାଳ (୧୨୮୮.୭ ମି.ମି) ଏବଂ ବୌଦ୍ଧ (୧୨୪୨.୮ ମି.ମି.)ରେ ସ୍ବାଭାବିକରୁ ଅଧିକ ବର୍ଷା ହୋଇଛି। ଦୁଇଟି ଜିଲା କେନ୍ଦ୍ରାପଡ଼ା (୮୦୮.୭ମି.ମି.) ଏବଂ ନବରଙ୍ଗପୁର (୧୦୦୦.୫ ମି.ମି.)ରେ ନିଅଣ୍ଟିଆ ସ୍ଥିତି ରହିଛି। ବାକି ୨୫ଟି ଜିଲାରେ ସ୍ବାଭାବିକ ବର୍ଷା ହୋଇଛି। ଇତିମଧ୍ୟରେ ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଛି। ସାଧାରଣତଃ ୧୭ ସେ‌େ‌ପ୍ଟମ୍ବରରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହେଉଥିବାବେଳେ ଚଳିତ ବର୍ଷ ବିଳମ୍ବରେ ମୌସୁମୀ ପ୍ରତ୍ୟାବର୍ତ୍ତନ ଆରମ୍ଭ ହୋଇଛି।

Comments are closed.