www.samajalive.in
Monday, December 8, 2025
14.1 C
Bhubaneswar

୩ୟ ଟି-୨୦ ଆଜି ; ଶୃଙ୍ଖଳା ପୋଛିବା ଲକ୍ଷ୍ୟରେ ଭାରତ

ଡବଲିନ୍ : ଆୟରଲାଣ୍ଡର ସଂକ୍ଷିପ୍ତ ଗସ୍ତରେ ଭାରତୀୟ ଦଳ ଯାହା ଚାହୁଁଥିଲା; ତାହା ପାଇସାରିଛି । ଯଶପ୍ରୀତ ବୁମ୍‌ରା ଓ ପ୍ରସିଦ୍ଧ କ୍ରିଷ୍ଣା ତାଙ୍କ ବୋଲିଂ ଫର୍ମ ଦେଖାଇବା ସହ ଫିଟ୍‌ନେସ୍‌ର ପ୍ରମାଣ ମଧ୍ୟ ଦେଇଛନ୍ତି । ଦୁହେଁ ଏସିଆ କପ୍ ଦଳରେ ସ୍ଥାନ ପାଇଛନ୍ତି। ଭାରତୀୟ ଯୁବ ଦଳ ଅଦ୍ୟାବଧି ୨ଟି ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରି ସହଜରେ ଜିତିଛି । ନିକଟରେ ୱେଷ୍ଟଇଣ୍ଡିଜ୍‌ଠାରୁ ଟ୍ବେଣ୍ଟି୨୦ ଶୃଙ୍ଖଳା ହାରିଥିବା ଭାରତ ପାଇଁ ଏହି ଶୃଙ୍ଖଳା ବେଶ୍‌ ଗୁରୁତ୍ବପୂର୍ଣ୍ଣ। ଏଥିପାଇଁ ଭାରତ ୩-୦ରେ ଶୃଙ୍ଖଳା ପୋଛିବାକୁ ଚାହିଁବ। ପୁଣି ଦଳର କିଛି ଖେଳାଳି ଏସିଅା କପ୍‌ ଖେଳିବାକୁ ଯାଉଥିବାରୁ ୩-୦ରେ ବିଜୟ ସେମାନଙ୍କୁ ଦୃଢ଼ ଆତ୍ମବିଶ୍ବାସ ଦେବ।
ଅନ୍ୟପକ୍ଷରେ ଆୟରଲାଣ୍ଡ ଦଳଗତ ଭାବେ ବିଫଳ ହୋଇଥିବା ବେଳେ କିଛି ଖେଳାଳି ଭଲ ପ୍ରଦର୍ଶନ କରିଛନ୍ତି। ଆଣ୍ଡି ବାଲ୍‌ବର୍ନି, କର୍ଟିସ କାମ୍ଫର ଓ ବ୍ୟାରି ମ୍ୟାକ୍‌କାର୍ଥି ଭଲ ପ୍ରଦର୍ଶନ କରିଥିବା ବେଳେ ଅନ୍ୟମାନେ ବିଫଳ ହୋଇଛନ୍ତି। ବିଶେଷକରି ଅଧିନାୟକ ପଲ୍‌ ଷ୍ଟର୍ଲିଂ, ହ୍ୟାରି ଟେକ୍ଟର, ଲୋର୍କାନ୍ ଟକର ଓ ଜର୍ଜ ଡକ୍ରେଲ ଉଭୟ ମ୍ୟାଚ୍‌ରେ ବିଫଳ ହୋଇଛନ୍ତି। ଏମାନଙ୍କଠାରୁ ଘରୋଇ ଆୟରଲାଣ୍ଡ ଭଲ ପ୍ରଦର୍ଶନର ଆଶାରଖିବ। ବ୍ୟାଟ୍‌ସମ୍ୟାନ ଭାବେ ଭାରତ ପାଇଁ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି ଋତୁରାଜ ଗାଏକ୍‌ୱାଡ୍‌। ଯଶସ୍ବୀ ଜୟସୱାଲ ଉଭୟ ମ୍ୟାଚ୍‌ରେ ବଡ଼ ସଟ୍‌ ମାରିବା ପ୍ରୟାସରେ ଆଉଟ୍‌ ହୋଇଛନ୍ତି। ଏକମାତ୍ର ଇନିଂସରେ ସଞ୍ଜୁ ସାମ୍‌ସନ ଦର୍ଶନୀୟ ଇନିଂସ ଖେଳିଛନ୍ତି। ଜୀବନରେ ପ୍ରଥମଥର ଏକ ଆନ୍ତର୍ଜାତିକ ମ୍ୟାଚ୍‌ରେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ରିଙ୍କୁ ସିଂହ ୨୧ ବଲ୍‌ରୁ ୩୮ ରନ୍‌କରି ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଛନ୍ତି। ଭାରତୀୟ ବ୍ୟାଟ୍‌ମ୍ୟାନଙ୍କ ମଧ୍ୟରୁ ଏସିଅା କପ୍‌ ଦଳ​ରେ‌ ସ୍ଥାନ ପାଇଥିବା ଏକମାତ୍ର ତିଳକ ବର୍ମା ରନ୍ କରିନାହାନ୍ତି । ତେଣୁ ୩ୟ ମ୍ୟାଚ୍‌ରେ ତାଙ୍କଠାରୁ ଦଳ ଭଲ ପ୍ରଦର୍ଶନର ଆଶା ରଖିଛି। ଭାରତର ସମସ୍ତ ବୋଲର ଭଲ ପ୍ରଦର୍ଶନ କରିଛନ୍ତି। ସ୍ପିନର ରବି ବିଷ୍ଣୋଇ ମଧ୍ୟ ଭଲ ବୋଲିଂ କରିଛନ୍ତି। ଭାରତ ଶୃଙ୍ଖଳା ଜିତି ସାରିଥିବାରୁ ଅନ୍ୟ ଖେଳାଳିଙ୍କୁ ସୁଯୋଗ ଦେଇପାରେ। ସଞ୍ଜୁ ସାମ୍‌ସନଙ୍କ ସ୍ଥାନରେ ଜିତେଶ ଶର୍ମା ୱିକେଟ ରକ୍ଷଣ କରିବା ସହ ଆନ୍ତର୍ଜାତିକ ପଦାର୍ପଣ କରିପାରନ୍ତି। ୱାଶିଂଟନ ସୁନ୍ଦରଙ୍କ ସ୍ଥାନରେ ବଙ୍ଗଳାର ବାମହାତି ଅଲ୍‌ରାଉଣ୍ଡର ଶାହ୍‌ବାଜ ଅହମ୍ମଦଙ୍କୁ ସୁଯୋଗ ମିଳିପାରେ। ପୁଣି ଅର୍ଶଦୀପ ସିଂହଙ୍କ ସ୍ଥାନରେ ମଧ୍ୟପ୍ରଦେଶର ଫାଷ୍ଟବୋଲର ଅଭେସ୍‌ ଖାଁ ଖେଳିପାରନ୍ତି। ଅନ୍ୟପକ୍ଷରେ ଶୃଙ୍ଖଳା ହାରି ସାରିଥିବାରୁ ଆୟରଲାଣ୍ଡ ମଧ୍ୟ ଚୂଡ଼ାନ୍ତ ଏକାଦଶରେ କିଛି ପରିବର୍ତ୍ତନ କରିପାରେ। ମ୍ୟାଚ୍‌ର ଶେଷଆଡ଼କୁ କିଛି ବର୍ଷା ହୋଇପାରେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories