www.samajalive.in
Monday, December 8, 2025
14.1 C
Bhubaneswar

ଚର୍ଚ୍ଚାରେ ୭୩ବର୍ଷୀୟ ଧାବିକା

ରାଉରକେଲା : ବୟସ ଯେତିକି ବଢ଼ୁଛି, ଦୌଡ଼ିବାର ଆଗ୍ରହ ସେତିକି ବଢ଼ୁଛି। ବସୟର ସାୟାହ୍ନରେ ଉପନୀତ ଜଣେ ବୃଦ୍ଧା ଗଣଦୌଡ଼ ନାଁ ଶୁଣିଲେ ସବୁ କାମ ଛାଡ଼ି ରାସ୍ତାରେ ଦୌଡ଼ିବା ଦେଖିଲେ ଇଚ୍ଛାଶକ୍ତି ଆଗରେ ବୟସ ଯେ ହାର୍‌ ମାନିଛି ତାହା ସ୍ପଷ୍ଟ ବୁଝି ହେଉଛି। ରାଉରକେଲା ସହରର ଏହି ବୟସ୍କ ଧାବିକାଙ୍କୁ ନେଇ ଏବେ ଚର୍ଚ୍ଚା।
ନାଁ ଊର୍ମିଳା ଦାସ। ବୟସ ୭୨। ଆରଏସ୍‌ପି ଉଦ୍ୟାନ କୃଷି ବିଭାଗର ଅବସରପ୍ରାପ୍ତ କର୍ମଚାରୀ। ବଡ଼ ଘର ଝିଅ ଊର୍ମିଳା ଆରଏସ୍‌ପିରେ କାର୍ଯ୍ୟରତ ନାଗମଣି ଦାସଙ୍କ ହାତ ଧରିଥିଲେ। ଆରଏସ୍‌ପିର ଏକ ଦୁର୍ଘଟଣାରେ ନାଗମଣିଙ୍କ ଦେହାନ୍ତ ହୋଇଯିବା ପରେ ପରିବାରର ବୋଝ ଛିଡ଼ି ପଡ଼ିଥିଲା ଊର୍ମିଳାଙ୍କ ଉପରେ। ୬ପୁଅ ଝିଅଙ୍କୁ ମଣିଷ କରିବା ପାଇଁ ଅଣ୍ଟା ଭିଡ଼ିଥିଲେ ସେ। ଆରଏସ୍‌ପି ଉଦ୍ୟାନ କୃଷି ବିଭାଗରେ ଚାକିରି କରିବା ପରେ କଷ୍ଟେମଷ୍ଟେ ଗଡ଼ିଥିଲା ସଂସାର ରଥ। ଅଭାବ ଓ କଷ୍ଟକୁ ଅତି ନିକଟରୁ ଦେଖିଥିବା ଜଗତସିଂହପୁର ଜିଲାର ମୂଳ ବାସିନ୍ଦା ଊର୍ମିଳା ଜୀବନଯୁଦ୍ଧରେ ଆଦୌ ଥକିନାହାନ୍ତି। ପରିବାରର ଜଞ୍ଜାଳ ଭିତରେ ୨୦୦୫ ମସିହାରେ ଆରଏସ୍‌ପି ପକ୍ଷରୁ ଆୟୋଜିତ ଗଣଦୌଡ଼ରେ ପ୍ରଥମେ ଦୌଡ଼ିବା ଆରମ୍ଭ କରିଥିଲେ ଊର୍ମିଳା। ଏହା ପରଠାରୁ ଆଉ ପଛକୁ ଫେରିନାହାନ୍ତି। ଯେଉଁଠି ଗଣଦୌଡ଼ ହୁଏ ସେଠାକୁ ଚାଲିଯାଆନ୍ତି ସେ। ବୟସ ବଢ଼ି ଚାଲିଥିଲେ ହେଁ ତାଙ୍କଠାରେ ଏବେ ବି ଯୁବ ସୁଲଭ ଗୁଣ ଦେଖିବାକୁ ମିଳୁଛି । ଖବରକାଗଜ ହେଉ ଅବା ଟିଭିରେ ଗଣଦୌଡ଼ ସମ୍ପର୍କରେ ଶୁଣିବା ମାତ୍ରେ ଆଗେଇ ଯାଆନ୍ତି ଏହି ମହିଳା। ରାଉରକେଲା ପୌରପାଳିକା ପକ୍ଷରୁ ଆୟୋଜିତ ୧୦କିମି ଗଣଦୌଡ଼ରେ ଅଂଶଗ୍ରହଣ କରି ଉର୍ମିଳା ସେହି ସମୟରେ ଚର୍ଚ୍ଚାକୁ ଆସିଥିଲେ । ଭୁବନେଶ୍ବରରେ ଏକ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଗଣଦୌଡ଼ରେ ସେ ଅଂଶଗ୍ରହଣ କରିଥିବାବେଳେ ୫କିମି ଦୌଡ଼ିବା ପରେ ତାଙ୍କ ପୁଅ ଓହରିଯିବାକୁ ତାଙ୍କୁ ପରାମର୍ଶ ଦେଇଥିଲେ। ତେବେ ତାଙ୍କର ଉତ୍ସାହ ଦେଖି ସମ୍ପୃକ୍ତ ଅନୁଷ୍ଠାନର ପ୍ରୋତ୍ସାହନରେ ସେ ୧୦କିମି ଗଣଦୌଡ଼ ସମ୍ପୂର୍ଣ୍ଣ କରି ବେଶ ପ୍ରଶଂସା ସାଉଁଟିଥିଲେ। ତାଙ୍କର ଆତ୍ମଶକ୍ତି ଏତେ ପ୍ରଖର ଯେ ବୟସ ବି ହାର୍‌ ମାନିଛି । ସମସ୍ତେ ଜୋତା ପିନ୍ଧି ଦୌଡ଼ୁଥିବାବେଳେ ଊର୍ମିଳା କିନ୍ତୁ ଆଜିପର୍ଯ୍ୟନ୍ତ କେବଳ ସ୍ଲିପର ପିନ୍ଧି ଦୌଡ଼ୁଥିବା ଦେଖିବାକୁ ମିଳେ। ଦୌଡ଼ିବା ସହ ପାହାଡ଼ ଚଢ଼ିବା, ଚାରାରୋପଣ ଆଦିରେ ତାଙ୍କର ସକ୍ରିୟ ଯୋଗଦାନ ଦେଖିବାକୁ ମିଳେ। ଓଡ଼ିଶା ପାଇଁ ଦୌଡ଼ିବା କିମ୍ବା ଦେଶ ପାଇଁ ଦୌଡ଼ିବାକୁ ସୁଯୋଗ ମିଳିଲେ ଖୁସିରେ ଗ୍ରହଣ କରିବେ ବୋଲି ଉର୍ମିଳା କହନ୍ତି। ଏଭଳି ଜଣେ ବୟୋବୃଦ୍ଧ ଧାବିକା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ଇଚ୍ଛା ରଖିଛନ୍ତି। ସବୁବେଳେ ଦୂରରୁ ଦେଖୁଛି, ଯଦି ମୁଖ୍ୟମନ୍ତ୍ରୀ ସୁଯୋଗ ଦିଅନ୍ତି ତେବେ ତାଙ୍କୁ ଟିକିଏ ନିକଟରୁ ଦେଖି ଆସନ୍ତି ଏହା ମୋର ବଡ଼ ଇଚ୍ଛା ବୋଲି ଊର୍ମିଳା କହନ୍ତି। ନାରୀ ସମାଜ ପାଇଁ ପ୍ରେରଣା ସାଜିଥିବା ଊର୍ମିଳା ଘର କୋଣରେ ନ ବସି ଯେତେବେଳେ ଯେଉଁଠି ଯାହା ହେଉଛି ତାହା ଦେଖ, ତାହା ଶିଖ, ଭାଗ ନିଅ, ସମସ୍ତେ ତୁମକୁ ଚିହ୍ନନ୍ତୁ, ନାରୀ ସମାଜ ଆଗକୁ ବଢ଼ୁ, ନାରୀ ନ ଲୁଚି ଆଗକୁ ଆସନ୍ତୁ ବୋଲି ସେ ଆହ୍ବାନ ଦେଇଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories