www.samajalive.in
Tuesday, December 9, 2025
15.1 C
Bhubaneswar

ପୋଖରୀରେ ବୁଡି ଯାଇ ଚାଷୀ ମୃତ

ଠାକୁରମୁଣ୍ଡା :  ଆଜି ସକାଳେ ୧୦ଟା ବେଳେ ପୋଖରୀରେ ବୁଡିଯାଇ ଜଣେ ବୃଦ୍ଧ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତ ଚାଷୀ ଜଣକ ହେଉଛନ୍ତି ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ବେତଝରି ଗ୍ରାମର ଫାଗୁ ମାଝୀ(୬୫) ବୋଲି ଜଣା ପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ ଫାଗୁ ନିଜ ଧାନ ବିଲକୁ କାମ କରିବାକୁ ଯାଇ ବିଲ କାମ ସାରି ଗ୍ରାମ ନିକଟରେ ଥିବା ପଣସଡ଼ିହା ଗ୍ରାମର ଏକ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ପୋଖରୀରେ ଗାଧୋଉ ଥିବା ସମୟରେ ପୋଖରୀର ଗଭୀର ପାଣିରେ ବୁଡି ଯାଇଥିଲେ। ଏହି ସମୟରେ ପୋଖରୀରେ ଗାଧୋଉ ଥିବା କେତେକ ସ୍ତ୍ରୀ ଲୋକ ତାଙ୍କୁ ପାଣିରେ ବୁଡିଯିବା ଦେଖି ପାଟି କରିଥିଲେ। ପାଟି ଶୁଣି ପାଖରେ ଥିବା ଅନ୍ୟ ଲୋକମାନେ ଆସି ବୁଡି ଯାଇଥିବା ବୃଦ୍ଧଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲେ। ପରେ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ବିଭାଗର କର୍ମଚାରୀ ମାନେ ବୁଡି ଯାଇଥିବା ବୃଦ୍ଧଙ୍କୁ ପାଣି ଭିତରୁ ଉଦ୍ଧାର କରି ଚିକିତ୍ସା ପାଇଁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ କେସ୍ ନଂ ୧୬/୨୦୨୩ରେ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ କରୁଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories