ବାଲେଶ୍ଵର: ବାଲେଶ୍ୱର ମିଶନ ଶକ୍ତି କାଫେର ରୋଷେଇ ଘରେ ଅଗ୍ନିକାଣ୍ଡ ଘଟିଛି। ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଥିବା ମିଶନ ଶକ୍ତି କାଫେର ରୋଷେଇ ଘରେ ଶନିବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ନେଇ ସୂଚନା ମିଳିଛି। ଅଗ୍ନିକାଣ୍ଡରେ ରୋଷେଇ ଘରର ସମସ୍ତ ଆସବାବପତ୍ର ଓ ରୋଷେଇ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ ଦୁଇ ଅଗ୍ନିଶମ ବାହିନୀ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।
Popular Categories



