www.samajalive.in
Sunday, December 7, 2025
18.1 C
Bhubaneswar

ଜିଲ୍ଲା ଅଧିବକ୍ତା ପରିଷଦର ଜାଗରଣ ଅଭିଯାନ

ସମ୍ବଲପୁର: ସ୍ଥାନୀୟ ଧନୁପାଲି ସ୍ଥିତ ଆଦିତ୍ୟ ରୟାଲର ସମ୍ମିଳନୀ କକ୍ଷରେ ସମ୍ବଲପୁର ଜିଲା ଅଧିବକ୍ତା ପରିଷଦ ପକ୍ଷରୁ ଓକିଲ ମାନଙ୍କର ଏକ ଜାଗରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଶନିବାର ସେବା ଭାରତୀ ପକ୍ଷରୁ ଆୟୋଜିତ ଏହି ସଭାରେ ଇଁରାଜୁ ଶର୍ମା, ଭାରତ ବିକାଶ ପରିଷଦର ଶ୍ୟାମ ସୁନ୍ଦର ଶର୍ମା, ପ୍ରାନ୍ତ ପ୍ରଚାର ପ୍ରମୁଖ ଶଙ୍କର ପଣ୍ଡା, ଅଧିବକ୍ତା ପ୍ରାନ୍ତୀୟ ଅଧିକାରୀ କମ୍ଭୁପାନି ପାଢ଼ୀ, ଭାରତ ସରକାରଙ୍କ ସଲିସିଟର ଜେନେରାଲ ପ୍ରସନ୍ନ ପାଢ଼ୀ ପ୍ରମୁଖ ମଞ୍ଚାସୀନ ରହିଥିଲେ। ଦିଲ୍ଲୀପ ପଣ୍ଡା ସଭାକୁ ପରିଚାଳନା କରିଥିବା ବେଳେ ଅତିଥି ରୂପେ ଯୋଗ ଦେଇଥିବା ବକ୍ତା ମାନେ ଚଳିତ ନିର୍ବାଚନକୁ ଐତିହାସିକ ଭାବରେ ଅଭିହିତ କରିବା ସହିତ ଆନ୍ତର୍ଜାତିକ ସ୍ତରରେ ରାଷ୍ଟ୍ର ବିରୋଧି ଶକ୍ତି ସବୁ ପ୍ରଭାବ ପକାଇବା ପାଇଁ ଷଡଯନ୍ତ୍ର କରୁଛନ୍ତି ବୋଲି କହିଥିଲେ। ଏହାର ଉଦାହରଣ ଦେଇ ସେମାନେ କହିଥିଲେ ଯେ, ଭାରତୀୟ ଧର୍ମ ଓ ସଂସ୍କୃତିର ସୁରକ୍ଷା ଦୃଷ୍ଟିକୁ ଆଖି ଆଗରେ ରଖି ଭୋଟ ଦେବା ପାଇଁ ଜନ ମାନସରେ ଜାଗରଣ ସୃଷ୍ଟି କରିବା ପାଇଁ ଓକିଲ ମାନଙ୍କୁ ଆହ୍ୱାନ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପ୍ରଦୀପ ବହିଦାର, ଅତନୁ ଘୋଷ, ଅମିତାଭ ପ୍ରଧାନ, ପ୍ରଦୀପ ସୂପକାର, ମହେଶ ପଣ୍ଡା, ଫଣିଭୂଷଣ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ପ୍ରାରମ୍ଭରେ ବନ୍ଦେ ମାତରଂ ଓ ଶେଷରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ଶେଷରେ ଓକିଲ ଅରବିନ୍ଦ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories