www.samajalive.in
Monday, December 8, 2025
27.1 C
Bhubaneswar

ବୌଦ୍ଧରେ ରାଷ୍ଟ୍ରୀୟ ଲୋକ ଅଦାଲତ

ବୌଦ୍ଧ: ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବୌଦ୍ଧ ଦ୍ୱାରା ଏକ ରଷ୍ଟ୍ରୀୟ ଲୋକ ଅଦାଲତ ବିକ୍ରମ କୁମାର ପ୍ରାଧାନ, ଜିଲ୍ଲା ଓ ଦୌରା ଜଜ୍‌‌ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବୌଦ୍ଧଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି। ଏହି ଲୋକ ଅଦାଲତରେ ସର୍ବମୋଟ ୬୧ଟି ବିଚାରଧୀନ କେସ୍‌‌ ମୋଟର ଦୂର୍ଘଟଣା ଜନିତ ମକଦ୍ଦମା, ପାରିବାରିକ ମାମଲା, ଦେବ୍ୱାନି ଏବଂ ଫୌଜିଦାରି ମକଦ୍ଦମା, ଗ୍ରାହକ ବିବାଦ ଏବଂ ୦୯ଟି ପ୍ରାକ ମକଦ୍ଦମା କେସ୍‌‌ ବ୍ୟାଙ୍କ କେସ୍‌‌ ଫୈସଲା କରାଯାଇ ମୋଟ ୧୭,୨୮,୫୦୩/- ଟଙ୍କା ଆଦାୟ କରିଯାଇଥିଲା। ଏଥିରେି ପରିବାର ଅଦାଲତ ବିଚାରପତି ଅଳ୍ପନା ସ୍ୱାଇଁ, ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ସରୋଜିନି ପତି, ବରିଷ୍ଠ ଦେବ୍ୱାନୀ ବିଚାରପତି ସିତିକଣ୍ଠ ପ୍ରଧାନ, ସଚିବ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସାସ୍ୱତି ମିଶ୍ର, ଉପଖଣ୍ଡିୟ ବିଚାର ବିଭାଗୀୟ ଅଧିକରୀ ସୁଶ୍ରୀ ସଙ୍ଗିତା ଦାସ ଏବଂ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଦୁର୍ଗା ପ୍ରସାଦ ପଣ୍ଡା ଉପସ୍ଥିତ ରହି ମାମଲା ଗୁଡିକର ଶୁଣାଣି କରିଥିଲେ। ଜିଲା ଜଜ୍‌‌ କୋର୍ଟ ପରିସରରେ ଅନୁଷ୍ଠିତ ଏହି ରାଷ୍ଟ୍ରୀୟ ଲୋକଅଦାଲତରେ ଅନେକ ବରିଷ୍ଠ ଆଇନଜିବୀ ଯୋଗଦେଇ ମୋକଦ୍ଦମା ପରିଚାଳନା କରିଥିଲେ।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories