www.samajalive.in
Wednesday, December 10, 2025
16.1 C
Bhubaneswar

ଡଙ୍ଗରିଆଙ୍କ ମାମଲା ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଭୋଟ୍ ବର୍ଜନ ନିଷ୍ପତ୍ତି

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ପାର୍ଷାଲି ପଞ୍ଚାୟତର ନିୟମଗିରି ପାହାଡ଼ରେ ବସବାସ କରୁଥିବା ଆଦିମ ବିରଳ ଜନଜାତି ଡଙ୍ଗରିଆ କନ୍ଧଙ୍କ ମାମଲା ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଭୋଟ୍ ବର୍ଜନ କରିବା ପାଇଁ ବୈଠକରେ ନିଷ୍ପତ୍ତି ନେଇଛନ୍ତି । ରବିବାର ନିୟମଗିରି ଆବାହକ ଲଦ ଶିକକାଙ୍କ ନିର୍ଦେଶରେ ଲାକପଦର ଗ୍ରାମରେ ଏକ ବୈଠକ କରିଥିଲେ । ସରକାର ଆମର ବିକାଶ ନାମରେ ଶୋଷଣ କରୁଛନ୍ତି। ଆମର ବିକାଶ ଯେପରିକି ଅଙ୍ଗନବାଡି କେନ୍ଦ୍ର, ଗାଁରେ ସିସି ରାସ୍ତା, ବିଦ୍ୟାଳୟ, ବିଶୁଦ୍ଧ ପାନୀୟ ଜଳ ଓ ସ୍ୱାସ୍ଥ୍ୟ ସେବା ଆବଶ୍ୟକ ରହିଥିବାବେଳେ ତାହା ନ କରି ଆମକୁ ଶୋଷି ନେଉଛନ୍ତି । ଏହା ଆବଶ୍ୟକ ରହିଛି ବୋଲି ଜିଲାପାଳଙ୍କୁ ଜଣାଇଥିଲେ ମଧ୍ୟ କୌଣସି ବିକାଶ ହୋଇପାରୁ ନାହିଁ । ପାର୍ଷାଲିରେ ପ୍ରାୟ ୪୦ବର୍ଷ ହେବ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ରହି ଆମର କଣ ବିକାଶ କରିଛି । ସେମାନେ ତାଙ୍କର ବିକାଶ କରିବାରେ ଲାଗିଛନ୍ତି । ଓପିଲିପି ହୋଇ ମଧ୍ୟ ଆମର କୌଣସି ବିକାଶ କରିନାହିଁ । କେବଳ ନିୟମଗିରି ପାହାଡରେ ଥିବା ଖଣି ଉପରେ ନଜର କରି ବେଦାନ୍ତ କମ୍ପାନୀକୁ ସାହାଯ୍ୟ କରୁଛନ୍ତି । ଏହାକୁ ଉଠାଇଦେଲ ମଧ୍ୟ ଆମର ଆପତ୍ତି ନାହିଁ । ଆମେ ନିୟମଗିରିର ୧୧୨ ଖଣ୍ଡ ଗ୍ରାମବାସୀ ନିଜ ଭିଟାମାଟି ପାଇଁ ଜଳ, ଜମି, ଜଙ୍ଗଲ ବିକାଶ ପାଇଁ ଲଢ଼ି ଆସୁଥିବାବେଳେ ତାହାକୁ ନେଇ ପୁଲିସ ନିରୀହ ଡଙ୍ଗରିଆମାନଙ୍କୁ ମାଓବାଦୀ ଆକ୍ଷା ଦେଇ ଆନ୍ଦୋଳନକାରୀଙ୍କ ନାମରେ ମାମଲା ରୁଜୁ କରିଛି । ଜଣକୁ ୪ରୁ ୫ଟି ଲେଖାଏଁ କେସ୍ କରିଛନ୍ତି । ଏହି ସବୁ କେସ୍ ଆମର ଉଠାଇ ଦେଲେ ଆମେ ଭୋଟ୍ ଦେବୁ ନ ହେଲେ ଆମେ ଭୋଟ୍ ଦେବୁ ନାହୁଁ । ଏପ୍ରିଲ ମାସରେ ଜିଲା ଆରକ୍ଷୀ ଅଧିକ୍ଷକ ଲାଖପଦର ଓ ପାର୍ଷାଲି ଆସି ତୁମର ସବୁ ମାମଲା ପ୍ରତ୍ୟାହାର କରିଦେବି ଓ ତୁମକୁ ସାହାଯ୍ୟ କରିବା ପାଇଁ ଆସିଛି ବୋଲି କହିଥିଲେ । ସେ ଆମକୁ ସାହାଯ୍ୟ କରିବି ବୋଲି ମିଛ କହିଥିବା ଲଦ କହିଛନ୍ତି । ନିୟମଗିରି ଡଙ୍ଗରିଆ କନ୍ଧ ସମେତ ସିଜୁ ମାଳି, ଖଣ୍ଡୁଆ ମାଳି, ଦେଉଳ ମାଳି, ହନୁମାନ ମାଳି, ପାପଡା ମାଳି, ଫର୍କୀ ମାଳିକୁ ସରକାର ଲିଜ ଦେଇଛି, ତାହାକୁ ବାତିଲ କରାଯାଉ ନଚେତ ଉକ୍ତ ଅଞ୍ଚଳର ଡଙ୍ଗରିଆମାନେ ମଧ୍ୟ ଭୋଟ୍ ବର୍ଜନ କରିବେ ବୋଲି ନିଷ୍ପତି ନେଇଥିବା ଲଦ ଶିକକା କହିଛନ୍ତି । ଆମ ନିୟମଗିରିବାସୀଙ୍କ ନାମରେ ଥିବା ମାମଲାଗୁଡିକ ପ୍ରତ୍ୟାହାର ନ କଲେ ଆମେ ଭୋଟ୍ ଦେବୁ ନାହିଁ ବୋଲି ସେମାନେ ନିଷ୍ପତ୍ତି ନେଇଛନ୍ତି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories