www.samajalive.in
Friday, December 5, 2025
20.1 C
Bhubaneswar

କୁଟୁରା ମାଂସ ଜବତ :୫ ଶିକାରୀ ଗିରଫ

ଠାକୁରମୁଣ୍ଡା : କରଞ୍ଜିଆ ବନଖଣ୍ଡ ସାତକୋଶିଆ ବନ୍ୟପ୍ରାଣୀ ରେଞ୍ଜ ଅଞ୍ଚଳର ଦୁଆରଶୁଣୀ ଜଙ୍ଗଲରୁ ଶୁକ୍ରବାର ସକାଳେ ଶିକାରୀ ମାନେ ଶିକାର କରିଥିବା ୮ କେଜି ଓଜନର କୁଟୁରା ମାଂସ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ୫ଜଣ ଶିକାରୀକୁ ସାତକୋଶିଆ ବନ୍ୟ ପ୍ରାଣୀ ବିଭାଗ ଗିରଫ କରିଛି।
ବିଶେଷ ସୂତ୍ରରୁ ଖବର ପାଇ ରେଞ୍ଜ ଅଧିକାରୀ ରବିନ୍ଦ୍ର କୁମାର ମହାନ୍ତଙ୍କ ନେତୃତ୍ୱରେ ଏକ ଟିମ୍ ଦୁଆରଶୁଣୀ ଜଙ୍ଗଲରେ ଚଢ଼ାଉ କରିଥିଲେ। ଶିକାରୀମାନେ ଏକ କୁଟୁରାକୁ ଶିକାର କରି ସାରି ଜଙ୍ଗଲ ଭିତରେ ମାଂସ ଭାଗ କରୁଥିବା ସମୟରେ ସମ୍ପୃକ୍ତ ୫ ଜଣକୁ ଚଢ଼ାଉ କରି ଧରିଥିଲେ। ଘଟଣାସ୍ଥଳରୁ ବ୍ୟବହୃତ ଛୁରୀ, ଫାସ, କୁରାଢ଼ୀକୁ ମଧ୍ୟ ଜବତ କରିଥିଲେ। ବିଭାଗ ହାତରେ ଧରା ପଡିଥିବା ସମସ୍ତ ୫ଜଣ ଅଭିଯୁକ୍ତ ସାତକୋଶିଆ ରେଞ୍ଜ ଅନ୍ତର୍ଗତ ଦୁଆରଶୁଣୀ ଗାଁର ବୋଲି ସୂଚନା ମିଳିଛି। ଗିରଫ ଶିକାରୀ ମାନେ ହେଲେ କନ୍ଦା ବରଡ଼ା (୪୦),କାହ୍ନୁ ଚରଣ ବୁଲିଉଳି (୩୮) ,ବିଜୟ କୁମାର ବୁଲିଉଳି (୨୭) , କମଳା କାନ୍ତ ହୋ (୪୩) ,ସୋମନାଥ ବୁଲିଉଳି (୨୧) ବୋଲି ଜଣା ପଡ଼ିଛି। ଏ ସଂକ୍ରାନ୍ତରେ ସାତକୋଶିଆ ବନ୍ୟପ୍ରାଣୀ ବିଭାଗ କେଶ ନମ୍ବର ୧୨ ଅନୁଯାୟୀ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories