ଠାକୁରମୁଣ୍ଡା: କରଞ୍ଜିଆ ପୁଲିସର ବଡ଼ ଧରଣର ଚଡାଉ। ୮ହଜାର କିଲୋ ମହୁଲପୋଚ ସହିତ ୮୦ଲିଟର ଦେଶୀ ମହୁଲି ମଦ ଜବତ କରାଯାଇଛି। ଏପରି ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ଜୋରାସାହି ଗ୍ରାମ ନିକଟ ଜଙ୍ଗଲରୁ। ଆଜି ଭୋର ସମୟରୁ କରଞ୍ଜିଆ ପୁଲିସ କୌଣସି ସୂତ୍ରରୁ ଖବର ପାଇ କରଞ୍ଜିଆ ଜୋରାସାହି ଜଙ୍ଗଲ ନିକଟରେ ଚାଲିଥିବା ବେଆଇନ ଦେଶୀ ମଦ କାରଖାନା ଉପରେ ଅତର୍କିତ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ୮ ହଜାର କିଲୋ ମହୁଲ ପୋଚ ସହିତ ୮୦ଲିଟର ଦେଶୀ ମହୁଲିମଦ ଜବତ କରିଛି।
ତେବେ ପୁଲିସ ଚଢ଼ାଉ ଦେଖି ମଦ ମାଫିଆ ମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ବେଳେ ଏ ନେଇ କରଞ୍ଜିଆ ଥାନାରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଆରମ୍ଭ କରିଛି। ବର୍ତ୍ତମାନ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ପୁଲିସ ଏବେ ଆକ୍ସନ ମୁଡରେ ଥିବା ଦେଖିବାକୁ ମିଳିଛି।
ଚାଣକ୍ୟ ନୀତି : ଏହି ଅଭ୍ୟାସ ଥିଲେ ଟଙ୍କା ଅଭାବ ହେବନି, ସବୁବେଳେ ରହିବେ ମାଲାମାଲ୍..



