www.samajalive.in
Monday, December 8, 2025
14.1 C
Bhubaneswar

ନିର୍ବାଚନ ପାଇଁ ମୁତୟନ ରହିବେ ୧୭ ହଜାର ପୁଲିସ୍‌: ଡିଜିପି

ଭୁବନେଶ୍ଵର: ସୋମବାର ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ରହିଛି। ଏଥିଲାଗି ଆଜି ପୁଲିସ ସେବା ଭବନ ଠାରେ ନିର୍ବାଚନର ସୁରକ୍ଷା ବ୍ୟବସ୍ଥା ଉପରେ ପୁଲିସ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡଙ୍ଗୀ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସେ କହିଛନ୍ତି ୪ଟି ସଂସଦୀୟ କ୍ଷେତ୍ର ଓ ୨୮ ବିଧାନସଭା କ୍ଷେତ୍ରରେ ସୁରକ୍ଷାକୁ ଗୁରୁତ୍ଵ ଦିଆଯାଇଛି। ୯ଟି ଜିଲ୍ଲାରେ ୬ ହଜାର ୨୮୨ ଲୋକେସନରେ ୭୨୯୮ ଟି ପୋଲିଂ ବୁଥ୍ ରହିଛି। ଏହା ମଧ୍ୟରେ ୫୩୭ଟି ମାଓ ପ୍ରଭାବିତ ଅଞ୍ଚଳରେ ପୋଲିଂ ବୁଥ୍ ଅଛି। କାଲିର ମତଦାନ ପାଇଁ ମୋଟ୍ ୧୭ ହଜାର ପୁଲିସ୍ ଫୋର୍ସ ମୁତୟନ ରହିବା ନେଇ ସୂଚନା ଦେଇଛନ୍ତି ଡିଜିପି। ୧୦୪ କମ୍ପାନୀ ଅର୍ଦ୍ଧ ସାମରିକ ବାହିନୀ ଓ ୬୬ ପ୍ଲାଟୁନ୍ ଏସଏପି ଜଗିବେ। ୬୦୦ ମୋବାଇଲ ପାର୍ଟି ବିଭିନ୍ନ ବୁଥ୍ ତଦାରଖ କରିବେ। ଗୋଟିଏ ମୋବାଇଲ ପାର୍ଟି ୧୦ରୁ ୧୨ଟି ବୁଥ୍ ବୁଲି ରିପୋର୍ଟ ନେବେ । ନିର୍ବାଚନ ହେବାକୁ ଥିବା ୯ ଜିଲ୍ଲାକୁ ଲାଗି ୫୧ ଚେକପୋଷ୍ଟ ରହିଛି। ଆନ୍ଧ୍ର ଓ ଛତିଶଗଡକୁ ଲାଗିଥିବା ଏସବୁ ଚେକପୋଷ୍ଟରେ ସିସି ଟିଭି ରହିଛି। ନିର୍ବାଚନ କମିଶନଙ୍କ ନିର୍ଦେଶରେ ୨୧୦ଟି ଫ୍ଲାଇଂ ସ୍କ୍ଵାଡ୍, ୧୯୫ ସର୍ଭେଲାନ୍ସ ଟିମ୍ ମୁତୟନ ରହିବେ। ଭୋଟ୍ ସରିବା ପରେ ୧୫ଟି ଷ୍ଟ୍ରଙ୍ଗରୁମରେ ଇଭିଏମକୁ ସୁରକ୍ଷିତ ରଖାଯିବ। ଇଭିଏମ ଇନର ସର୍କଲ ଦାୟିତ୍ଵରେ ଅର୍ଦ୍ଧସାମରିକଏବଂ ଆଉଟର ସର୍କଲ ଦାୟିତ୍ଵରେ ଏସଏପି ରହିବେ। ନିର୍ବାଚନ ହେବାକୁ ଥିବା ୯ ଜିଲ୍ଲାରୁ ୬ଟି ଜିଲ୍ଲା ନକ୍ସଲ ପ୍ରଭାବିତ ଜିଲ୍ଲା। ତେଣୁ ପୋଲିଂ ପାର୍ଟିର ସୁରକ୍ଷା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଥିବା କହିଛନ୍ତି ଡିଜିପି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories