bjd gruha runa

ଜଷ୍ଟିସ ଶୁଭାଶିଷ ତଲାପତ୍ର ମୁଖ୍ୟ ବିଚାରପତି ନିଯୁକ୍ତ

BJD Bijuli 480×75 Mob

ନୂଆଦିଲ୍ଲୀ: ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପରବର୍ତ୍ତୀ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ଶୁଭାଶିଷ ତଲାପତ୍ରଙ୍କୁ ନିଯୁକ୍ତି ମିଳିଛି। ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଡକ୍ଟର ଏସ୍‌. ମୁରଲୀଧର ଆସନ୍ତା ଅଗଷ୍ଟ ୭ ତାରିଖରେ ଅବସର ନେବା ପରେ ସେ ଦାୟିତ୍ବ ଗ୍ରହଣ କରିବେ। ଅଗଷ୍ଟ ୮ ପୂର୍ବାହ୍ଣରେ ବିଚାରପତି ଜଷ୍ଟିସ ତଲାପତ୍ର ଶପଥ ଗ୍ରହଣ କରିବାର ସମ୍ଭାବନା ରହିଛି। ଜୁଲାଇ ୫ରେ ସର୍ବୋଚ୍ଚ ନ୍ୟାୟାଳୟ କଲେଜିୟମ ତାଙ୍କୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପରବର୍ତ୍ତୀ ମୁଖ୍ୟ ବିଚାରପତି ଲାଗି ସୁପାରିସ କରିଥିଲେ। ୨୦୨୩ ଅକ୍ଟୋବର ୩ରେ ସେ ମୁଖ୍ୟ ବିଚାରପତି ପଦରୁ ଅବସର ଗ୍ରହଣ କରିବେ। ତାଙ୍କ କାର୍ଯ୍ୟ ଅବଧି ସମୁଦାୟ ଏକ ମାସ ୨୬ ଦିନ ରହିବ।

ପରବର୍ତ୍ତୀ ସମ୍ବାଦ ପାଇଁ ଏହି ଲିଙ୍କ କ୍ଲିକ କରନ୍ତୁhttps://samajalive.in/5t-school-odisha/483153.html

Comments are closed.