www.samajalive.in
Tuesday, December 9, 2025
26.1 C
Bhubaneswar

ବିଶ୍ୱର ଅନ୍ୟତମ ଦାମୀ କୋଠା କିଣିଲେ ଭାରତୀୟ ବ୍ୟବସାୟୀ ପଙ୍କଜ ଓସୱାଲ

ବର୍ଣ୍ଣ: ବିଶ୍ବର ସବୁଠୁ ଦାମୀ ୧୦ କୋଠା ମଧ୍ୟରୁ ଅନ୍ୟତମ ଭାବେ ପରିଚିତ ସ୍ୱିଜରଲାଣ୍ଡର ଏକ ଭିଲ୍ଲାକୁ କିଣିଛନ୍ତି ଜଣେ ଭାରତୀୟ ବଂଶୋଦ୍ଭବ ବ୍ୟବସାୟୀ ପଙ୍କଜ ଓସୱାଲ ଓ ତାଙ୍କ ପତ୍ନୀ ରାଧିକା। ଆଲ୍ପସ୍‌ ପର୍ବତମାଳା ପରିବେଷ୍ଟିତ ଗିଙ୍ଗିସ୍‌ ଗ୍ରାମରେ ପ୍ରାୟ ୪ଲକ୍ଷ ୩୦ହଜାର ବର୍ଗଫୁଟ ଜମିରେ ପ୍ରତିଷ୍ଠିତ ଏହି ଭିଲ୍ଲାକୁ ସେମାନେ ୨୦୦ନିୟୁତ ଡଲାର (ପ୍ରାୟ ୧୬୩୯ କୋଟି ଟଙ୍କା)ରେ କିଣିଥିବା ଜଣାପଡ଼ିଛି। ଗ୍ରୀକ୍‌ର ପ୍ରତିଷ୍ଠିତ ଜାହାଜ ବ୍ୟବସାୟୀ ଆରିଷ୍ଟଟଲ ଓନାସିସ୍‌ଙ୍କ ଝିଅ ଖ୍ରୀଷ୍ଟିନା ଓନାସିସ୍‌ଙ୍କ ମାଲିକାନାରେ ଏକଦା ଏହା ରହିଥିଲା। ପଙ୍କଜ ଭିଲ୍ଲାକୁ କିଣିବା ପରେ ଏହାର ନବୀକରଣ କରିଛନ୍ତି। ପ୍ରସିଦ୍ଧ ଆଭ୍ୟନ୍ତରୀଣ ପୁନର୍ବିନ୍ୟାସକାରୀ ଜେଫ୍ରି ୱିଲ୍‌କ୍ସ ଏହାର ସାଜସଜା କରିଛନ୍ତି। ଭିଲ୍ଲାର ନାମ ଦୁଇ ଝିଅଙ୍କ ନାମରେ ରଖିଛନ୍ତି ‘ବରି’। ବଡ଼ ଝିଅ ବସୁନ୍ଧରା(୨୪) ଏବେ କମ୍ପାନୀର ପରିଚାଳନା ନିର୍ଦେଶିକା ଓ ସାନ ଝିଅ ରିଦ୍ଦି(୧୯) ଲଣ୍ଡନରେ ଇଞ୍ଜିନିୟରିଂ ଅଧ୍ୟୟନ କରୁଛନ୍ତି। ପଙ୍କଜଙ୍କ ‘ଓସ୍ବାଲ ଗ୍ରୁପ୍‌ ଗ୍ଲୋବାଲ’ ପେଟ୍ରୋକେମିକାଲ, ରିୟଲ ଇଷ୍ଟେଟ, ରାସାୟନିକ ସାର ଓ ଖଣି ବ୍ୟବସାୟ କରୁଛି। ସେ ୨୦୧୩ରେ ଅଷ୍ଟ୍ରେଲିଆରୁ ସ୍ବିଜରଲାଣ୍ଡ ଯାଇଥିଲେ।

Hot this week

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

Related Articles

Popular Categories