www.samajalive.in
Saturday, December 13, 2025
23.1 C
Bhubaneswar

ଯୁଗ୍ମ ସଂସଦୀୟ କମିଟିରୁ ୧୦ ସାଂସଦ ନିଲମ୍ବିତ

ନୂଆଦିଲ୍ଲୀ: ଓ୍ବାକଫ୍‌ ସଂଶୋଧନ ବିଧେୟକକୁ ନେଇ ଶୁକ୍ରବାର ବସିଥିବା ଯୁଗ୍ମ ସଂସଦୀୟ କମିଟି(ଜେପିସି) ବୈଠକରେ ପ୍ରବଳ ହଙ୍ଗାମା ହୋଇଛି। ହଙ୍ଗାମା ନ ଥମିବାରୁ କମିଟିର ୧୦ ଜଣ ସାଂସଦ ନିଲମ୍ବିତ ହୋଇଛନ୍ତି। ୧୦ ଜଣ ବିରୋଧୀ ସାଂସଦଙ୍କୁ ଗୋଟିଏ ଦିନ ପାଇଁ କମିଟି ସଦସ୍ୟତାରୁ ନିଲମ୍ବିତ କରାଯାଇଥିବା ଜଣାପଡ଼ିଛି। ନିଲମ୍ବିତ ହୋଇଥିବା ବିରୋଧୀ ସାଂସଦମାନେ ହେଉଛନ୍ତି କଲ୍ୟାଣ ବାନାର୍ଜୀ, ମହମ୍ମଦ ଜାବେଦ, ଏ ରାଜା, ଅସଦୁଦ୍ଦୀନ ଓଓ୍ବେସୀ, ନାସିର ହୁସେନ, ମୋହିବୁଲ୍ଲାହ, ଏମ ଅବଦୁଲ୍ଲା, ଅରବିନ୍ଦ ସାଓ୍ବନ୍ତ, ନଦୀମୁଲ ହକ୍‌, ଇମ୍ରାନ ମସୁଦ।

ଏହି ବୈଠକ ଆଜି ସକାଳେ ଆରମ୍ଭ ହୋଇଥିଲା ଏବଂ ହଙ୍ଗାମା ପରେ ଏହାକୁ ବନ୍ଦ କରିଦିଆଯାଇଛି। ଜେପିସି ବୈଠକରେ ଉଭୟ ପକ୍ଷ ମଧ୍ୟରେ ହୋହାଲ୍ଲା ଏତେ ବୃଦ୍ଧି ପାଇଥିଲା ଯେ, ମାର୍ଶଲଙ୍କୁ ଡାକିବାକୁ ପଡ଼ିଥିଲା। ଏହି ସମୟରେ ସାଂସଦମାନେ ଖୁବ୍‌ ନାରାବାଜି କରିଥିଲେ। ବୈଠକରେ ବିରୋଧୀ ସଦସ୍ୟମାନେ ଦାବି କରିଥିଲେ ଯେ, ଡ୍ରାଫ୍ଟ ଆଇନରେ ପ୍ରସ୍ତାବିତ ପରିବର୍ତ୍ତନଗୁଡ଼ିକୁ ଅଧ୍ୟୟନ କରିବାକୁ ସେମାନଙ୍କୁ ପର୍ଯ୍ୟାପ୍ତ ସମୟ ଦିଆଯାଉ ନାହିଁ।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories