ରେକର୍ଡ ଭାଙ୍ଗିଲା ସୁନା ଦାମ୍; ୮୦ ହଜାର ପାର୍

ନୂଆଦିଲ୍ଲୀ : ଗତ କିଛି ଦିନ ଧରି ସୁନା ଦାମ୍ରେ ପରିବର୍ତ୍ତନ ହେଉଥିବା ବେଳେ ଶୁକ୍ରବାର ପୁଣି ମହଙ୍ଗା ହେଲା ସୁନା । ୮୦ ହଜାର ପାର୍ କଲା ସୁନା ଦାମ୍ । ୨୪ କ୍ୟାରେଟ୍ ସୁନା ଦାମ୍ ରେକର୍ଡ ଭାଙ୍ଗିଛି । ୨୪ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୮୨,୪୨୦ ଟଙ୍କା । ଗତକାଲି ଏହା ୮୨,୦୯୦ ଟଙ୍କା ଥିଲା । ସେହିପରି ୨୨ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୭୫,୫୫୦ ହୋଇଛି । ଗତକାଲି ଏହା ୭୫,୨୫୦ ଟଙ୍କା ଥିଲା ।
୧୮ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୬୧,୮୨୦ ଟଙ୍କା । ଗତକାଲି ଏହା ୬୧,୫୭୦ ଟଙ୍କା ଥିଲା ।
ସେହିପରି ରୁପା ଦାମ୍ରେ ମଧ୍ୟ ପରିବର୍ତ୍ତନ ହୋଇଛି। ୧୦୦ ଗ୍ରାମ୍ ରୁପା ଦାମ୍ ୧୦,୫୦୦ ରହିଛି। ଗତକାଲି ଏହା ୧୦,୪୦୦ ଥିଲା।
Comments are closed.