www.samajalive.in
Sunday, December 7, 2025
18.1 C
Bhubaneswar

ଟଙ୍କା ପ୍ରତୀକ ବଦଳାଇଲେ ଷ୍ଟାଲିନ୍ ସରକାର

ଚେନ୍ନଇ : ହିନ୍ଦୀ ଭାଷାର ପ୍ରଚଳନକୁ ନେଇ ବିଗତ କିଛି ମାସ ହେଲା ତାମିଲନାଡୁରେ କ୍ଷମତାସୀନ ଡିଏମକେ ସରକାର ଏବଂ କେନ୍ଦ୍ର ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଛି। ଏହି ପରିପ୍ରେକ୍ଷୀରେ ଷ୍ଟାଲିନ ସରକାର ରାଜ୍ୟ ବଜେଟ କାଗଜପତ୍ରରୁ ଟଙ୍କାର ପ୍ରତୀକକୁ ହଟାଇ ଦେଇଥିବାବେଳେ ସେହି ସ୍ଥାନରେ ତାମିଲ ଭାଷାରେ ଥିବା ପ୍ରତୀକକୁ ସ୍ଥାନିତ କରିଛନ୍ତି। ବଜେଟ କାଗଜପତ୍ରରେ ଥିବା ଟଙ୍କାର ନୂତନ ଲୋଗୋକୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ ନିଜର ‘ଏକ୍ସ’ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଦେଶବ୍ୟାପୀ ଟଙ୍କାର ପ୍ରତୀକ ବ୍ୟବହାର କରାଯାଉଥିବାବେଳେ ତାମିଲନାଡୁ ସରକାର ଏଥିରେ ବ୍ୟତିକ୍ରମ ଘଟାଇଥିବାରୁ କେନ୍ଦ୍ର ସରକାର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ତାମିଲନାଡୁ ବିଜେପି ଶାଖା ସଭାପତି କେ.ଆନ୍ନାମଲାଇ ଏହି ପ୍ରସଙ୍ଗରେ କହିଛନ୍ତି ଯେ ଷ୍ଟାଲିନ ସରକାରଙ୍କ ଏତାଦୃଶ ନିଷ୍ପତ୍ତି ପ୍ରମାଣିତ କରୁଛି ଯେ ତାମିଲନାଡୁ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ନୁହେଁ। ସେ ଆହୁରି କହିଛନ୍ତି ଯେ ୨୦୧୦ରେ ଡିଏମକେର ଜଣେ ପୂର୍ବତନ ବିଧାୟକଙ୍କ ପୁତ୍ର ଟଙ୍କା ପ୍ରତୀକ ପ୍ରସ୍ତୁତ କରିଥିବାବେଳେ ସେହି ଡିଏମକେ ସରକାର ଏହାକୁ ଅବମାନନା କରିବା ଅତ୍ୟନ୍ତ ଲଜ୍ଜାଜନକ। ତାମିଲନାଡୁର ପୂର୍ବତନ ରାଜ୍ୟପାଳ ସୌନ୍ଦର୍ଯ୍ୟାରାଜନ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତି ସମ୍ପୂର୍ଣ୍ଣ ଅସାମ୍ବିଧାନିକ। ଅପରପକ୍ଷରେ ଡିଏମକେ ନେତା ଏସ.ଆନ୍ନାଦୁରାଇ କହିଛନ୍ତି ଯେ ଆମେ ତାମିଲ ଭାଷାକୁ ଅଗ୍ରାଧିକାର ଦେଉଥିବାରୁ ଏଭଳି ନିଷ୍ପତ୍ତିି ନେଇଛୁ। ତେଣୁ ଏଥିରେ କୌଣସି ଆଇନଗତ ଜଟିଳତା ନାହିଁ ବୋଲି ସେ କହିଛନ୍ତି।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories