www.samajalive.in
Sunday, December 14, 2025
14.1 C
Bhubaneswar

ନେଟୱର୍କ ପ୍ଲାନିଂ ଗ୍ରୁପ ବୈଠକରେ ନିର୍ଗୁଣ୍ଡି-କଟକ ଓ ହରିଦାସପୁର-ପାରାଦୀପ ରେଳ ପ୍ରକଳ୍ପର ମୂଲ୍ୟାଙ୍କନ

ଡେସ୍କ: ନେଟୱର୍କ ପ୍ଲାନିଂ ଗ୍ରୁପର ୮୯ତମ ବୈଠକରେ ଦେଶର ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପର ମୂଲ୍ୟାଙ୍କନ କରାଯାଇଛି। ଶିଳ୍ପ ଏବଂ ଅନ୍ତରୀଣ ବାଣିଜ୍ୟ ବିଭାଗ ଯୁଗ୍ମ ସଚିବ ପଙ୍କଜ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଓଡ଼ିଶାର ଦୁଇଟି ରେଳ ପ୍ରକଳ୍ପର ମୂଲ୍ୟାଙ୍କନ କରାଯାଇଛି। ଏଥିରେ ନିର୍ଗୁଣ୍ଡିରୁ କଟକ ପର୍ଯ୍ୟନ୍ତ ଚତୁର୍ଥ ରେଳ ଲାଇନ ପ୍ରକଳ୍ପ ସାମିଲ ରହିଛି। ଏହି ପ୍ରକଳ୍ପ ଅଧୀନରେ ନିର୍ଗୁଣ୍ଡି ଠାରେ ଏକ ଫ୍ଲାଏଓଭର ନିର୍ମାଣ ପାଇଁ ମଧ୍ୟ ପ୍ରସ୍ତାବ ରହିଛି। ଓଡ଼ିଶାରେ ୧୫.୯୯ କି. ମି. ଲମ୍ବା ବ୍ରାଉନଫିଲ୍ଡ ରେଳ ଭିତ୍ତିଭୂମି ପ୍ରକଳ୍ପର ଉଦ୍ଦେଶ୍ୟ ହେଉଛି ବର୍ତ୍ତମାନର ରେଳ ଲାଇନରେ ଭିଡ଼ ହ୍ରାସ କରିବା ଏବଂ ମାଲ ପରିବହନକୁ ସହଜ କରିବା। ଏହାସହିତ ପାରାଦୀପ ବନ୍ଦର, ତାଲଚେର କୋଇଲା କ୍ଷେତ୍ର ଏବଂ ପ୍ରମୁଖ ଇସ୍ପାତ ଓ ଶକ୍ତି ଶିଳ୍ପକୁ ସେବା ଯୋଗାଇ ଦେଉଥିବା ଏକ ପ୍ରମୁଖ କରିଡର ସହ ସୁଗମ ଯୋଗାଯୋଗ ନିଶ୍ଚିତ କରିବା।

ସେହିପରି ହରିଦାସପୁରରୁ ପାରାଦୀପ ରେଳ ଲାଇନର ଦୋହରୀକରଣ ପ୍ରକଳ୍ପର ମଧ୍ୟ ମୂଲ୍ୟାଙ୍କନ କରାଯାଇଛି। ଓଡ଼ିଶାରେ ୭୪.୦୯ କିଲୋମିଟର ଦୀର୍ଘ ଏହି ବ୍ରାଉନଫିଲ୍ଡ ପ୍ରକଳ୍ପ ମାଲ ପରିବହନ କ୍ଷମତା ଏବଂ ଲଜିଷ୍ଟିକ୍ସ ଦକ୍ଷତାକୁ ବୃଦ୍ଧି କରିବ। ଏହାଛଡ଼ା ତାଳଚେର କୋଇଲା କ୍ଷେତ୍ରରୁ ପାରାଦୀପ ବନ୍ଦର ପର୍ଯ୍ୟନ୍ତ ନିରବଚ୍ଛିନ୍ନ କୋଇଲା ପରିବହନକୁ ସୁଗମ କରିବ ଏବଂ ଅନୁଗୁଳ-ଝାରସୁଗୁଡ଼ା କ୍ଲଷ୍ଟରରେ ଶିଳ୍ପ ସମ୍ପ୍ରସାରଣକୁ ସମର୍ଥନ କରିବ।

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories