www.samajalive.in
Monday, December 15, 2025
26.1 C
Bhubaneswar

ଆଇପିଏଲରେ ଅନ୍ୟ ଦେଶର ଖେଳାଳି ଭାଗ ନ ନେବା ଉଚିତ – ପୂର୍ବତନ ପାକିସ୍ତାନୀ କ୍ରିକେଟର ଇଞ୍ଜାମାମ ଉଲ୍ ହକ୍

ଡେସ୍କ: ପାକିସ୍ତାନର ପୂର୍ବତନ କ୍ରିକେଟର ଇଞ୍ଜାମାମ ଉଲ୍ ହକ୍ କହିଛନ୍ତି ଯେ ଯଦି ବିସିସିଆଇ ସେମାନଙ୍କ ଖେଳାଳିଙ୍କୁ ଅନ୍ୟ ଲିଗରେ ଖେଳିବାକୁ ଅନୁମତି ନ ଦିଏ ତେବେ ଅନ୍ୟ କ୍ରିକେଟ୍ ବୋର୍ଡ ସେମାନଙ୍କ ଖେଳାଳିଙ୍କୁ ଇଣ୍ଡିଆନ୍ ପ୍ରିମିୟର ଲିଗରେ ଖେଳିବାକୁ ପଠାଇବା ବନ୍ଦ କରିବା ଉଚିତ୍। ବିଶ୍ୱର ବିଭିନ୍ନ କ୍ରିକେଟ ଲିଗରେ ଭାରତୀୟ କ୍ରିକେଟରମାନେ ଅଂଶଗ୍ରହଣ କରିପାରିବେ ନାହିଁ। ମହିଳା କ୍ରିକେଟରମାନଙ୍କୁ ଅନ୍ୟ ଲିଗରେ ଖେଳିବାକୁ ଅନୁମତି ଦିଆଯାଉଛି, କିନ୍ତୁ ପୁରୁଷ ଖେଳାଳିମାନଙ୍କୁ ଆଇପିଏଲର ସ୍ବତନ୍ତ୍ରତା ବଜାୟ ରଖିବା ପାଇଁ ଅନ୍ୟ ଲିଗରେ ଖେଳିବାକୁ ବାରଣ କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି।

ସେ କହିଛନ୍ତି, ଆଇପିଏଲରେ ବିଶ୍ୱର ସମସ୍ତ ଶୀର୍ଷ ଖେଳାଳି ଭାଗ ନେଉଛନ୍ତି। କିନ୍ତୁ ଭାରତୀୟ ଖେଳାଳିମାନେ ଅନ୍ୟ ଲିଗରେ ଖେଳିବାକୁ ଯାଆନ୍ତି ନାହିଁ। ତେଣୁ ସବୁ ବୋର୍ଡ ନିଜ ଖେଳାଳିଙ୍କୁ ଆଇପିଏଲ୍ ପଠାଇବା ବନ୍ଦ କରିବା ଉଚିତ। ଯଦି ଆପଣ କୌଣସି ଲିଗ୍ ପାଇଁ ନିଜ ଖେଳାଳିଙ୍କୁ ଛାଡୁ ନାହାନ୍ତି, ତେବେ ଅନ୍ୟ ବୋର୍ଡଗୁଡ଼ିକ ମଧ୍ୟ ସମାନ ଆଭିମୁଖ୍ୟ ଗ୍ରହଣ କରିବା ଉଚିତ ନୁହେଁ କି ବୋଲି ସେ ପ୍ରଶ୍ନ କରିଛନ୍ତି। ଇଞ୍ଜାମାମ ପାକିସ୍ତାନର ଏକ ସ୍ଥାନୀୟ ନ୍ୟୁଜ୍ ଚ୍ୟାନେଲରେ ଏହା କହିଛନ୍ତି।

- Advertisement -

ଚୁକ୍ତିବଦ୍ଧ ଖେଳାଳିଙ୍କୁ ଅନ୍ୟ ଲିଗ୍ ଖେଳିବାକୁ ଅନୁମତି ମିଳିନଥିବା ବେଳେ ଅବସର ଘୋଷଣା କରିଥିବା କ୍ରିକେଟରମାନେ ବିଶ୍ବବ୍ୟାପୀ ଟି-୨୦ ଟୁର୍ଣ୍ଣାମେଣ୍ଟ ଖେଳିପାରିବେ। ଆଇପିଏଲରୁ ଅବସର ଘୋଷଣା କରିଥିବା ଦିନେଶ କାର୍ତ୍ତିକ ଏସଏ୨୦ ଲିଗ୍ରେ ପାର୍ଲ ରୟାଲ୍ସ ପକ୍ଷରୁ ଖେଳିଥିଲେ। ଯୁବରାଜ ସିଂହ ଓ ଇରଫାନ ପଠାନଙ୍କ ଭଳି ଖେଳାଳି ଜିଟି୨୦ କାନାଡା ଓ ଲଙ୍କା ପ୍ରିମିୟର ଲିଗ୍ ଭଳି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଛନ୍ତି, କିନ୍ତୁ ଭାରତୀୟ କ୍ରିକେଟରୁ ଅବସର ନେବା ପରେ।

ଇଣ୍ଡିଆନ୍ ପ୍ରିମିୟର ଲିଗ୍ ମାର୍ଚ୍ଚ ୨୨ରୁ ଆରମ୍ଭ ହେବାକୁ ଯାଉଛି ଏବଂ କୋଲକାତା ନାଇଟ୍ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର କୋଲକାତାର ଇଡେନ୍ ଗାର୍ଡେନ୍ସରେ ମୁହାଁମୁହିଁ ହେବେ। ଏପ୍ରିଲ ୧୧ରୁ ମେ ୧୮ ମଧ୍ୟରେ ଚାଲିବାକୁ ଥିବା ପାକିସ୍ତାନ ସୁପର ଲିଗ୍ ଆଇପିଏଲ୍ ସହ ମୁହାଁମୁହିଁ ହେବ। ପ୍ରଥମ ଥର ପାଇଁ କୌଣସି ବଡ଼ ଟି-୨୦ ଟୁର୍ଣ୍ଣାମେଣ୍ଟ ସିଧାସଳଖ ଆଇପିଏଲ୍ ସହ ମୁହାଁମୁହିଁ ହେଉଛି ବୋଲି ସେ କହିଛନ୍ତି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories