www.samajalive.in
Monday, December 15, 2025
24.1 C
Bhubaneswar

ତୁଠ ଜଗିବେ ଆଗ୍ନିକ: ୧୨ରୁ ୧ଟା ସୁଦ୍ଧା ହୋଲି ଖେଳ ସାରିବାକୁ ଡିସିପିଙ୍କ ପରାମର୍ଶ

ଭୁବନେଶ୍ଵର:  ହୋଲି ଅଘଟଣ ରୋକିବା ପାଇଁ ରାଜ୍ୟ ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। କଟକ ଭୁବନେଶ୍ଵର ସହର ପାଇଁ ଅଧିକ ଫୋର୍ସ ମୁତୟନ କରାଯିବ। ଭୁବନେଶ୍ଵର ଓ କଟକ ସହରର ଅତି ସମ୍ବେଦନଶୀଳ ଓ ଦୁର୍ଘଟଣା ବହୁଳ ଜଳାଶୟ ନିକଟରେ ଫୋର୍ସ ମୁତୟନ ହେବେ । ଭୁବନେଶ୍ଵରରେ ୫ଟି ଓ କଟକରେ ୩ଟି ଅତିରିକ୍ତ ଟିମ ଘାଟ ଜଗିବେ । କଟକର ଦେବୀଗଡ଼ା, ଗଡ଼ଗଡ଼ିଆ, ଯୋବ୍ରା ସମେତ ଭୁବନେଶ୍ଵରର ପୁରୀ କେନାଲ, କୁଆଖାଇ ନଦୀଘାଟ, ଦୟାନଦୀ ଘାଟ, ବାଙ୍କୁଆଳ କେନାଲ ବନ୍ଧ, ବାଲିଅନ୍ତା ସାଇଫୋନରେ ମୁତୟନ ରହିବେ। ସମ୍ବଲପୁର ସହର ପାଇଁ ୨ଟି ଟିମ୍ ମୁତୟନ ହେବେ । ଏହାବାଦ ପ୍ରତି ଜିଲ୍ଲାର ସଦର ମହକୁମାରେ ଗୋଟିଏ ଲେଖାଏଁ ଟିମ ଜଗିବେ ଘାଟ। ମୋଟ ୩୪୫ ଅଗ୍ନିଶମ ଟିମ ସାରା ରାଜ୍ୟରେ ମୁତୟନ ରହିବେ। ପୁରୀ ସମୁଦ୍ର କୂଳରେ ୧୦୦ ନୋଳିଆ ମୁତୟନ ରହିବେ । ଏହାବାଦ୍ ସ୍କୁବା ଡ୍ରାଇଭର, ପାୱାର ବୋଟ୍, ହାଇମାଷ୍ଟ ଲାଇଟ୍, ପାଟ୍ରୋଲିଂ ଭେଇକିଲ ବି ଘାଟ ଗୁଡିକରେ ରହିବ। ସେପଟେ ହୋଲି ପାଇଁ କଟକ ସହରରେ ମୁତୟନ ହେବେ ୨୨ ପ୍ଲାଟୁନ୍ ପୁଲିସ୍ । ଏ ନେଇ ସୂଚନା ଦେଇଛନ୍ତି କଟକ ଡିସିପି ଋଷିକେଶ ଖୁଲାରୀ। ମଦ ପିଇ ହୋଲି ଖେଳିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦିନ ୧୨ଟାରୁ ୧ଟା ସୁଦ୍ଧା ହୋଲି ଖେଳ ସାରିବାକୁ ଡିସିପି ପରାମର୍ଶ ଦେଇଛନ୍ତି। ହୋଲିରେ ମଦ ଦୋକାନ ବନ୍ଦ ରହିବ। ବେଆଇନ୍ ଭାବେ ମଦ ବିକ୍ରି କଲେ କାର୍ଯ୍ୟାନୁଷ୍ଠାନ ହେବ। ନଦୀ ତୁଠରେ ନ ଗାଧୋଇ ଘରେ ଗାଧୋଇବାକୁ ପରାମର୍ଶ ଦେଇଛନ୍ତି। ସେପଟେ

Hot this week

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

Related Articles

Popular Categories