ପାଟଣା : କେନ୍ଦୁଝର ଜିଲ୍ଲା ପିପିଳିଆ ସ୍ଥିତ ଲକ୍ଷ୍ମୀନାରାୟଣ ଡ଼ିଗ୍ରୀ କଲେଜରେ ଚାଲିଥିବା ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର କଲେଜର ଅଧ୍ୟକ୍ଷ ଦୈତାରୀ ମହାନ୍ତଙ୍କ ଅଧ୍ୟକ୍ଷତାରେ ଉଦଯାପିତ ହୋଇଯାଇଛି । ଏହି ଉପଲକ୍ଷେ ଆତ୍ମରକ୍ଷା ତାଲିମ୍ ଶିବିରର ସଂଯୋଜିକା ଅଧ୍ୟାପିକା ରଶ୍ମିତା ସାହୁ ପ୍ରାରମ୍ଭିକ ଭାଷଣ ଦେଇଥିଲେ । ଅନ୍ୟତମ ଅତିଥି ଭାବରେ ଓଡ଼ିଆ ବିଭାଗର ଅଧ୍ୟାପକ ମନୋରଞ୍ଜନ ପଲେଇ, ଇତିହାସ ବିଭାଗର ଅଧ୍ୟାପକ ତପନ କୁମାର ମହାନ୍ତ, ଗଣିତ ବିଭାଗର ଅଧ୍ୟାପକ ପଙ୍କଜ କୁମାର ଶତପଥି,ଅଧ୍ୟାପକ ରୁଦ୍ରନାରାୟଣ ମହାନ୍ତ ଓ ମାଷ୍ଟର ଟ୍ରେନର୍ ଲକ୍ଷ୍ମୀ ପ୍ରିୟା ପତି ନିଜ ନିଜର ଅଭିମତ ରଖିଥିଲେ । ଆତ୍ମରକ୍ଷା ତାଲିମ୍ ନେଉଥିବା ୧୫୧ ଜଣ ଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ୱାରା ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ପ୍ରାଣୀ ବିଜ୍ଞାନ ଅଧ୍ୟାପିକା ପ୍ରିୟଙ୍କା ଦାଶ କାର୍ଯକ୍ରମକୁ ପରିଚାଳନା କରିଥିଲେ । କାର୍ଯକ୍ରମକୁ ଲୋଟସ ମହାନ୍ତ, ଲକ୍ଷ୍ମୀଧର ମହାନ୍ତ, ଚତୁର୍ଭୁଜ ମହାନ୍ତ ଓ ରତ୍ନାକର ମହାନ୍ତ ସହଯୋଗ କରିଥଲେ ।
Popular Categories



