www.samajalive.in
Monday, December 8, 2025
27.1 C
Bhubaneswar

ପିକକ ପକ୍ଷରୁ ଶିଶୁ ସୁରକ୍ଷା ସମିତି ସଦସ୍ୟମାନଙ୍କ ତାଲିମ ଶିବିର

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ମୁଖ୍ୟାଳୟ ପିକକ୍ କାର୍ଯ୍ୟାଳୟ ସଭାଗୃହ ଠାରେ ଗ୍ରାମ୍ୟ ଓ ପଞ୍ଚାୟତ ସ୍ତରୀୟ ଶିଶୁ କଲ୍ୟାଣ ଓ ସୁରକ୍ଷା କମିଟିର ସଦସ୍ୟ ମାନଙ୍କ ତାଲିମ ଶିବିର ଆଜି ଅନୁଷ୍ଠିତ ହେଇଯାଇଛି । ପିକକର କେନ୍ଦୁଝର ଜିଲ୍ଲା ସଂଯୋଜକ ସତ୍ୟନାରାୟଣ ମହାନ୍ତ ଉପସ୍ଥିତ ଗ୍ରାମ୍ୟ ଓ ପଞ୍ଚାୟତ ସ୍ତରୀୟ ଶିଶୁ କଲ୍ୟାଣ ଓ ସୁରକ୍ଷା କମିଟିର ସଦସ୍ୟ ମାନଙ୍କର ତାଲିମ ଶିବିରର ଉଦ୍ଦେଶ୍ୟ ଓ ଏହାର କାର୍ଯ୍ୟକ୍ରମ ଆଦି ବିଷୟରେ କହିଥିଲେ । ଉକ୍ତ ତାଲିମ ଶିବିରରେ ପାଟଣା ଓ ଘଟଗାଁ ବ୍ଲକର ୨୫ ଟି ଗ୍ରାମର ଗ୍ରାମ୍ୟ ସ୍ତରୀୟ ଶିଶୁ କଲ୍ୟାଣ କମିଟିର ପ୍ରାୟ ୫୦ ଜଣ ସଦସ୍ୟ ସଦସ୍ୟା ଯୋଗ ଦେଇଥିଲେ। ଏହି ଅବସରରେ ପିକକର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ଯୋଗଦେଇ ଉପସ୍ଥିତ ଥିବା ଗ୍ରାମ୍ୟ ସ୍ତରୀୟ ଶିଶୁ କଲ୍ୟାଣ କମିଟିର ସଦସ୍ୟ ଓ ସଦସ୍ୟା ମାନଙ୍କୁ ଶିଶୁ ଅଧିକାର , ବଞ୍ଚିବାର ଅଧିକାର, ବିକାଶର ଅଧିକାର, ଶିଶୁ ସୁରକ୍ଷାର ଅଧିକାର ଓ ଅଂଶଗ୍ରହଣର ଅଧିକାର ଆଦି ବିଷୟରେ ସବିଶେଷ ଅବଗତ କରାଇଥିଲେ । ଏହା ସହିତ ଶିଶୁ ସୁରକ୍ଷାର ବିଭିନ୍ନ ସାମ୍ବିଧାନିକ ବ୍ୟବସ୍ଥା , ପୋକ୍ସୋ ଆଇନ – ୨୦୧୨, ଶିଶୁ ଶ୍ରମିକ ଆଇନ , ବାଲ୍ୟ ବିବାହ ଆଇନ ଓ ଶିଶୁ ଚାଲାଣ ବନ୍ଦ ଆଦି ବିଷୟରେ ମଧ୍ୟ ଅବଗତ କରାଇଥିଲେ । ଏହାପରେ ଶ୍ରୀମତୀ ମହାନ୍ତି ଗ୍ରାମ୍ୟ ଓ ପଞ୍ଚାୟତ ସ୍ତରୀୟ ଶିଶୁ କଲ୍ୟାଣ ଓ ସୁରକ୍ଷା କମିଟିର ଗଠନ, କାର୍ଯ୍ୟ ଓ ଦାୟିତ୍ଵ ବିଷୟରେ ଆଲୋଚନା କରିଥିଲେ । ସଦସ୍ୟ ମାନଙ୍କ ମଧ୍ୟରେ ମିଳିତ ବିଚାର ବିମର୍ଷ ହେଇଥିଲା। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ସଦସ୍ୟ ମାନେ ଚାରୋଟି ଦଳରେ ଭାଗ ହେଇ ସେମାନେ ବାର୍ଷିକ ଯୋଜନା ପ୍ରସ୍ତୁତ କରି ଏହାକୁ ସମସ୍ତଙ୍କ ସାମ୍ନାରେ ଉପସ୍ଥାପନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ପିକକର ପୂଜା ପଣ୍ଡା , ଝସକେତନ ମହାନ୍ତ , ଦ୍ରୌପଦୀ ବେଜ୍, ସୁନେଲି, ମେଘମାଳା, ସୁଚିତ୍ରା ଓ ଲକ୍ଷ୍ମୀକାନ୍ତ ପ୍ରମୁଖ ପରିଚାଳନା କରିଥିଲେ ।

Hot this week

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

Related Articles

Popular Categories