ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ବଡ଼ ପାଟଣା ପଞ୍ଚାୟତର ସ୍ବାମ ମୁଣ୍ଡା ସାହି ନିକଟରେ ଥିବା ଏକ ୟୁକାଲିପଟାସ ଓ ଆକାଶିଆ ଜଙ୍ଗଲରେ କେହି ଦୃର୍ବୁତ୍ତ ଆଜି ଦିନ ୧ ଟା ସମୟରେ ନିଆଁ ଲଗାଇ ଦେବାରୁ ଶହ ଶହ ଗଛ ପୋଡି ଯାଇଛି। ଏବେ ଗଛ ମୂଳେ ଶୁଖିଲା ପତ୍ର ପଡି ଥିବାରୁ ନିଆଁ ସଙ୍ଗେ ସଙ୍ଗେ ଚାରିଆଡେ ବ୍ୟାପି ଯାଇଥିଲା। ଏହି ସମୟରେ କେନ୍ଦୁଝରରୁ ପାଟଣା ଫେରୁଥିବା ଗଣମାଧ୍ୟମ ପ୍ରତିନିଧି ଦଶରଥ ବାରିକ୍ ସେଠାରେ ପହଞ୍ଚି ନିଆଁ ଲାଗିଥିବା ଦେଖି ୧୧୨ ରେ କଲ କରି ଜଣାଇଥିଲେ ମଧ୍ୟ ଦମକଳ ପାଖରେ ନଥିବାରୁ ସଙ୍ଗେ ସଙ୍ଗେ ପାଟଣା ବନପାଳକୁ ଫୋନ କରି ଜଣାଇଥିଲେ । ଖବର ପାଇ ବନ କର୍ମଚାରୀ ଅଟଳ ବିହାରୀ ସେଠୀ ,ସଞ୍ଜୟ ମହାନ୍ତ, କାର୍ତ୍ତିକ ମହାନ୍ତ ମୁରଲୀଧର ମହାନ୍ତ ,ଉମେଶ ମହାନ୍ତ, ଭାସ୍କର ନାଏକ, ପହଞ୍ଚି ନିଆଁକୁ ଲିଭାଇ ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ। ପୁନର୍ବାର ୧୧୨ ରେ କଲ କରିବା ପରେ ସାହାରପଡା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ।
Popular Categories



