www.samajalive.in
Monday, December 8, 2025
24.1 C
Bhubaneswar

ପତ୍ନୀଙ୍କଠାରୁ ଅଲଗା ହେବେ ବିରେନ୍ଦ୍ର ସେହୱାଗ!

ନୂଆଦିଲ୍ଲୀ : ଗତ କିଛି ଦିନ ମଧ୍ୟରେ ଅନେକ ସେଲିବ୍ରିଟି ଓ କ୍ରିକେଟରଙ୍କ ଛାଡପତ୍ର ଖବର ପ୍ରଶଂସକଙ୍କୁ ନିରାଶ କରିବା ସହ ଆଉ ଏକ ସମ୍ପର୍କରେ ପଡିପାରେ ପୂର୍ଣ୍ଣଚ୍ଛେଦ । ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଖେଳାଳି ବିରେନ୍ଦ୍ର ସେହୱାଗ ନିଜର ପତ୍ନୀ ଆରତୀ ଅହଲାୱତଙ୍କ ଠାରୁ ଅଲଗା ହେବାକୁ ଯାଉଥିବା କଥା ଜୋରରେ ଚର୍ଚ୍ଚା ଧରିଛି । ବିବାହର ୨୦ ବର୍ଷ ପରେ ସେହୱାଗ ନିଜ ପତ୍ନୀଙ୍କ ଠାରୁ ଅଲଗା ହେବାକୁ ଯାଉଥିବା ଖବର ସୋସିଆଲ ମିଡିଆରେ ହୋଇଥିବା ଅନେକ ପୋଷ୍ଟ ପରେ ଖବର ସାମ୍ନାକୁ ଆସିଛି । ୨୦୦୪ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ସେହୱାଗ ଓ ଆରତୀ । ବର୍ତ୍ତମାନ ଉଭୟ ପରସ୍ପରକୁ ଇନଷ୍ଟାରେ ଅନ୍‌ଫଲୋ କରିଥିବା ଜଣାପଡିଛି । ଉଭୟଙ୍କର ୨ ପିଲା ଅଛନ୍ତି ।
ଏକ ରିପୋର୍ଟ ଅନୁସାରେ ଅନେକ ମାସ ଧରି ସେହୱାଗ୍‌ ଓ ଆରତୀ ଅଲଗା ରହୁଛନ୍ତି । ସେହୱାଗ୍‌ ୨ ସପ୍ତାହ ପୂର୍ବରୁ ବିଶ୍ୱ ନାଗାୟାକ୍ଷୀ ମନ୍ଦିର ପରିଦର୍ଶନରେ ଯାଇଥିଲେ। ସେଠାକାର ଅନେକ ଫଟୋ ସେ ଶେୟାର କରିଥିବା ବେଳେ ଫଟୋରେ ତାଙ୍କ ପତ୍ନୀଙ୍କୁ ଦେଖିବାକୁ ମିଳିନଥିଲା। ମାତ୍ର ଏଯାଏଁ ସେହୱାଗ୍‌ ଓ ତାଙ୍କ ପତ୍ନୀଙ୍କ ପକ୍ଷରୁ ଛାଡପତ୍ର ନେଇ କୌଣସି ସୂଚନା ମିଳିନାହିଁ।

ସେହୱାଗ ଗତ ୧୯ ମାସ ଧରି ତାଙ୍କ ପତ୍ନୀ ଆରତୀଙ୍କ ସହ ଇନଷ୍ଟାଗ୍ରାମରେ କୌଣସି ପୋଷ୍ଟ ସେୟାର କରି ନାହାଁନ୍ତି। ପୂର୍ବରୁ ସେହୱାଗ ପ୍ରାୟତଃ ସୋସିଆଲ ମିଡିଆରେ ତାଙ୍କ ପତ୍ନୀ ଆରତୀଙ୍କ ସହ ଫଟୋ ସେୟାର କରୁଥିଲେ, କିନ୍ତୁ ଗତ ୧୯ ମାସ ଧରି ସେ ତାଙ୍କ ପତ୍ନୀଙ୍କ ସହ କୌଣସି ଫଟୋ ସେୟାର କରି ନାହାଁନ୍ତି। ସେହୱାଗ ୨୮ ଏପ୍ରିଲ୍ ୨୦୨୩ରେ ପତ୍ନୀ ଆରତୀଙ୍କ ସହ ଇନଷ୍ଟାଗ୍ରାମରେ ତାଙ୍କର ଶେଷ ପୋଷ୍ଟ ସେୟାର କରିଥିଲେ। ଏହି ଫଟୋଟି ଦୁବାଇର ଥିଲା।

ଆଉ ମାତ୍ର ଅଳ୍ପ ଦିନ; ସୂର୍ଯ୍ୟ-ଶନି ହେବେ ଏକାଠି, ଫେବୃଆରୀରେ ଦୁର୍ଲ୍ଲଭ ଯୋଗ ,ଏହି ୪ ରାଶି ହେବେ ଭାଗ୍ୟବାନ୍‌

- Advertisement -

ଦେଖନ୍ତୁ ଭିଡିଓ ; ଘର ଭିତରକୁ କେମିତି ପ୍ରବେଶ କଲା ବିଶାଳକାୟ ଅଜଗର

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories