ନୂଆଦିଲ୍ଲୀ : ଅଜଗର ହେଉ କିମ୍ବା ଅନ୍ୟ ସାପ ନାଁ ଶୁଣିବା ମାତ୍ରେ ଭୟଭୀତ ଲାଗିବା ସାଧାରଣ କଥା। ଅଜଗର ନିଜ ଶିକାରକୁ ଦଂଶନ କରିବା ବଦଳରେ ସିଧାସଳଖ ଗିଳି ଦେଇଥାଏ। ତେବେ ଚିନ୍ତା କରନ୍ତୁ ଯଦି ଏକ ବିଶାଳକାୟ ଅଜଗର ଘର ଭିତରକୁ ପ୍ରବେଶ କରୁଥିବା ଦେଖିବେ ଅବସ୍ଥା କ’ଣ ହେବ। ନିକଟରେ ଏଭଳି ହିଁ ଏକ ଭିଡିଓ ଦ୍ରୁତ ଗତିରେ ଭାଇରାଲ୍ ହେବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି। ସାପଟି ଏକ ପାଇପ ଜରିଆରେ ଘରେ ଭିତରକୁ ଧିରେ ଧିରେ ପ୍ରବେଶ କରୁଛି।
ଭିଡିଓରେ ଦେଖିପାରିବେ ସାପଟି ପାଇପ ଦ୍ୱାରା ଖୁବ୍ କମ୍ ସ୍ଥାନରେ ଧିରେ ଧିରେ ଘର ଭିତରକୁ ପ୍ରବେଶ କରୁଛି। ଘରର ଲୋକଙ୍କ ନଜର ସାପ ଉପରେ ପଡିବା ମାତ୍ରେ ଭୟଭୀତ ହୋଇ ଯାଇଥିଲେ । ସାପଟିକୁ ଦେଖିବା ମାତ୍ରେ କୁକୁର ମଧ୍ୟ ଭୁକିବା ଆରମ୍ଭ କରିଥିଲା। ଭିଡିଓଟି କେଉଁ ସ୍ଥାନର ତାହାର କୌଣସି ସ୍ପଷ୍ଟତା ମିଳି ନାହିଁ। ଭିଡିଓକୁ ଦେଖିବା ପରେ ଲୋକେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେବା ସହ ସତର୍କ ରଖିବା ପାଇଁ ପରାମର୍ଶ ମଧ୍ୟ ଦେଇଛନ୍ତି।
ଆଉ ମାତ୍ର ଅଳ୍ପ ଦିନ; ସୂର୍ଯ୍ୟ-ଶନି ହେବେ ଏକାଠି, ଫେବୃଆରୀରେ ଦୁର୍ଲ୍ଲଭ ଯୋଗ ,ଏହି ୪ ରାଶି ହେବେ ଭାଗ୍ୟବାନ୍



