www.samajalive.in
Sunday, December 7, 2025
23.1 C
Bhubaneswar

ଜମି ମାଲିକଙ୍କ ଅଜାଣତରେ ମାଟି ତାଡ଼ିନେଲେ ମାଫିଆ

ଅମର୍ଦ୍ଦାରୋଡ଼ : ବସ୍ତା ତସହିଲ ଅଧୀନସ୍ଥ ବେଲଗାଁ ମୌଜାର ଏକ ପ୍ଲଟରୁ ଜାଗା ମାଲିକଙ୍କ ଅଗୋଚରରେ ମାଟି ମାଫିଆ ମାନେ ମାଟି ଖୋଳିନେଇଥିବା ନେଇ ଅଭିଯୋଗ ହୋଇଛି।  ବିଭାଗୀୟ ଅଧିକାରୀମାନେ ଏ ନେଇ ତଦନ୍ତ ଚଳାଇଛନ୍ତି। ଅଭିଯୋଗ ଅନୁଯାୟୀ ସନ୍ତୋଷପୁର ପଂଚାୟତ ଅନ୍ତର୍ଗତ ଥେଙ୍ଗଡ଼ିଆ ଗାଁର ଯୋଗେଶ୍ବର ଦାସ ଏବଂ ସାନ ଭାଇ କାମେଶ୍ବରଙ୍କର ଗୋଡ଼ିଖାଳ ରାଜସ୍ବ ନିରୀକ୍ଷକଙ୍କ ଅଧୀନସ୍ଥ ବେଲଗାଁ ମୌଜାରେ ୬୯ ଡିସମିଲର ସଂଯୁକ୍ତ ପ୍ଲଟ ରହିଛି। ସ୍ଥାନୀୟ ଦୁଇ ମାଟି ମାଫିଆ ଦୁଇ ଭାଇଙ୍କ ଅଗୋଚରରେ ୨୧୪ ନଂ ପ୍ଲଟର ୨୪ ଡିସମିଲ ଚାଷ ଜମିରୁ ସମ୍ପୂର୍ଣ୍ଣ ମାଟି ଖୋଳି ନେଇଥିବା ଅନ୍ୟ ବ୍ୟକ୍ତିଙ୍କ ଠାରୁ ଖବର ପାଇ ଦୁଇ ଭାଇ ଘଟଣା ସ୍ଥଳରେ ପହଞ୍ଚିଥିଲେ। ମାତ୍ର ମାଟି ମାଫିଆ ସେଠାରୁ ଚମ୍ପଟ୍ ମାରିଥିବା ବେଳେ ସେମାନେ ଜମିରୁ ପାଖା ପାଖି ୧୫ ଫୁଟରୁ ଉର୍ଦ୍ଧ୍ବ ଗଭୀର ଆକାରରେ ମାଟି ଖୋଳି ନେଇ ଚାଷଜମିକୁ ଗାଡ଼ିଆ କରିଦେଇଥିବା ଦେଖି ଘଟଣା ସମ୍ପର୍କରେ ଦୁଇ ଭାଇ ତହସିଲଦାରଙ୍କୁ ଜଣାଇଥିଲେ। ତହସିଲଦାର ରାଧାରଞ୍ଜନ ଦାସଙ୍କ ନିର୍ଦ୍ଦେଶ କ୍ରମେ ଗୋଡ଼ିଖାଳ ରାଜସ୍ବ ନିରୀକ୍ଷକ ମନୋଜ କୁମାର ସେଠୀ ଘଟଣାର ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ମାଟି ମାଫିଆ ମାନଙ୍କ ମଧ୍ୟରୁ ଜଣେ ଥେଙ୍ଗଡ଼ିଆ ଏବଂ ଅନ୍ୟ ଜଣେ ସନ୍ତୋଷପୁର ଗାଁର ହୋଇଥିବା ଜଣାପଡିଛି। ଜମି ମାଲିକଙ୍କ ଲିଖିତ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜସ୍ବ ନିରୀକ୍ଷକ ଶ୍ରୀ ସେଠୀ ସୂଚନା ଦେଇଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories