www.samajalive.in
Sunday, December 14, 2025
26.1 C
Bhubaneswar

ଛୋଟ ପିଲାକୁ ବଞ୍ଚାଇବାକୁ ଯାଇ, ନାଗାବଳୀରେ ବୁଡି ପର୍ଯ୍ୟଟକ ମୃତ

ରାୟଗଡା – ପୁଣି ଥରେ ନାଗାବଳୀ ନେଲା ଜୀବନ । ଗାଧୋଇବା ବେଳେ ନାଗାବଳୀ ନଦୀରେ ଭାସି ପର୍ଯ୍ୟଟକ ମୃତ। ମୃତ ପର୍ଯ୍ୟଟକ ଜଣକ ହେଲେ ଆନ୍ଧ୍ରପ୍ରଦେଶ ବିଜୟଓ୍ବାଡା ଜିଲା ପାଡମେଟା ଗ୍ରାମର ପି. ମୂରଲୀଙ୍କ ପୁଅ ପି. ସାଇ କ୍ରିଷ୍ଣା (୧୮ବର୍ଷ)। ଗୁରୁବାରରେ ବିଜୟୱ।ଡା ଅଞ୍ଚଳରୁ ଗୋଟିଏ ପରିବାରର ୧୬ଜଣ ପର୍ଯ୍ୟଟକ ରାୟଗଡ଼ାର ଅଧିଷ୍ଟାତ୍ରୀ ଦେବୀ ମାଆ ମଝିଘରିଆଣୀଙ୍କ ଦର୍ଶନ ପାଇଁ ଆସିଥିଲେ । ମାଆଙ୍କ ଦର୍ଶନ ପରେ ଶୁକ୍ରବାରସକାଳ ୧୧ଟା ବେଳେ ସେମାନେ ମାରିଗୁଡା ନିକଟସ୍ଥ ଝୁଲା ପୋଲ ଦେଖିବାକୁ ଯାଇଥିଲେ। ତାପରେ ସେମାନେ ନିକଟରେ ପ୍ରବାହିତ ନାଗାବଳୀରେ ଗାଧୋଇବାକୁ ନଦୀ ତଟକୁ ଓହ୍ଲାଇ ଥିଲେ। ଏହି ସମୟରେ ଜଣେ ପିଲାକୁ ଉଦ୍ଧାର କରିବାକୁ ସାଇ କ୍ରୀଷ୍ଣ ନଦୀ ଭିତରକୁ ପଶିଥିଲେ।

ନଦୀର ଗଭୀର ସ୍ରୋତରେ ସାଇ ଭାସିଯାଇଥିଲେ। ପରିବାର ଲୋକେ ସାଇଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ। ପରେ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଘଟଣାସ୍ଥଳରେ ପୁଲିସ ଓ ଅଗ୍ନିଶମ ବାହିନୀର କର୍ମଚାରୀମାନେ ପହଞ୍ଚି ସ୍ଥାନୀୟ ଲୋକେଙ୍କ ସହାୟତାରେ ଖୋଜାଖୋଜି ଆରମ୍ଭ କରିଥିଲେ । ବହୁ ସମୟ ପରେ ସାଇକ୍ରିଷ୍ଣାଙ୍କ ମୃତ ଦେହ ଉଦ୍ଧାର କରି ରାୟଗଡା ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ମୃତଦେହ ଜବତ କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ କରିବାପରେ ପରିବାର ବର୍ଗଙ୍କୁ ମୃତଦେହ ହସ୍ତାନ୍ତର କରିଛି। ଏ ନେଇ ରାୟଗଡ଼ା ଟାଉନ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।‌ ତେବେ ଝୋଲାପୋଲ ନିକଟସ୍ଥ ନାଗାବଳୀ ନଦୀ ଅଞ୍ଚଳକୁ ପ୍ରଶାସନ ପକ୍ଷରୁ ନିଷେଧାଞ୍ଚଳ ଘୋଷଣା କରାଯାଇଥିଲେ ହେଁ ପ୍ରତିବର୍ଷ ପର୍ଯ୍ୟଟକମାନେ ନଦୀରେ ବୁଡି ଜଣକ ପରେ ଜଣଙ୍କର ମୃତ୍ୟୁ ହେଉଥିବା ଅଭିଯୋଗ ହୋଇଛି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories