www.samajalive.in
Saturday, December 6, 2025
17.1 C
Bhubaneswar

ରାଜ୍ୟରେ ଉପରମୁହାଁ ପାରଦ: ଆଜିଠୁ ଆହୁରି ଜଳିବ, ୧୭ ଯାଏ ନାହିଁ ନିସ୍ତାର

ଭୁବନେଶ୍ବର : ମାର୍ଚ୍ଚରେ ଟାଇଁ ଟାଇଁ ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଲାଣି। ବିଶେଷକରି ପଶ୍ଚିମ ଓଡ଼ିଶା ଉତ୍ତପ୍ତ ପିଣ୍ଡ ପାଲଟିଲାଣି। ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗିର, ବୌଦ୍ଧରେ ପାରଦ ୪୦ ଡିଗ୍ରୀ ଛୁଇଁଲାଣି। ଆଗକୁ ଚୈତ୍ର, ବୈଶାଖ ଓ ଜ୍ୟେଷ୍ଠ ମାସ ରହିଛି। ଖରାର ଦାଉ ଆହୁରି ବଢ଼ିବ। ଗୁରୁବାର ୮ ସ୍ଥାନରେ ପାରଦ ୪୦ ଡିଗ୍ରୀ ଛୁଇଁଛି। ଝାରସୁଗୁଡ଼ାରେ ସର୍ବାଧିକ ୪୧.୪ ଡିଗ୍ରୀ ଦିନ ତାପମାତ୍ରା ରହିଛି। ବୌଦ୍ଧରେ ୪୦.୮, ବଲାଙ୍ଗୀରରେ ୪୦.୪, ଭଦ୍ରକ, ଟିଟିଲାଗଡ଼ ଏବଂ ହୀରାକୁଦରେ ୪୦.୧ ଡିଗ୍ରୀ ଲେଖାଏଁ, ବାରିପଦା ଏବଂ ସମ୍ବଲପୁରରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଛି। ପାରଳାଖେମୁଣ୍ଡି ୩୯.୯, ଅନୁଗୋଳ ଓ ସୁବର୍ଣ୍ଣପୁରରେ ୩୯.୭ ଲେଖାଏଁ, ସୁନ୍ଦରଗଡ଼ ୩୯.୬, ଢେଙ୍କାନାଳ, ଭବାନୀପାଟଣା ଓ ରାଉରକେଲାରେ ୩୯.୫ ଡିଗ୍ରୀ ଲେଖାଏଁ ତାପମାତ୍ରା ରହିଛି। ରାଜଧାନୀ ଭୁବନେଶ୍ବରରେ ଚଳିତ ବର୍ଷ ପ୍ରଥମଥର ପାଇଁ ତାପମାତ୍ରା ୩୮.୨ ଡିଗ୍ରୀ ରେକର୍ଡ଼ ହୋଇଛି। କଟକରେ ୩୭.୫ ଡିଗ୍ରୀ ରହିଛି। ଆସନ୍ତା ୫ ଦିନ ଯାଏଁ ଉଭୟ ଦିନ ଓ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନାହିଁ ‌ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆଜି କଳାହାଣ୍ଡି, ବଲାଙ୍ଗୀର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଅନୁଗୋଳ, ବୌଦ୍ଧ, ସମ୍ବଲପୁର, ମୟୂରଭଞ୍ଜ, କେନ୍ଦୁଝରଗଡ଼ ଏବଂ ସୁବର୍ଣ୍ଣପୁର ଜିଲାକୁ ହିଟ୍‌ୱେଭ୍‌ ନେଇ ୟେଲୋ ୱାର୍ଣ୍ଣିଂ ରହିଛି। ବାଲେଶ୍ବର, ଭଦ୍ରକ, ଗଜପତି, ଖୋର୍ଦ୍ଧା ଏବଂ କଟକ ଜିଲାରେ ଉଷ୍ଣ ଓ ଆର୍ଦ୍ର ସ୍ଥିତି ଲାଗି ରହିବ। ବଲାଙ୍ଗୀର, ସମ୍ବଲପୁର, ସୁନ୍ଦରଗଡ଼ ଓ ବୌଦ୍ଧରେ ରାତିରେ ଉଷ୍ଣତା ଅନୁଭୂତ ହେବ। ଏସବୁ ନେଇ ପାଣିପାଗ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି। ୧୫ରେ ଖରା ଆହୁରି ବଢ଼ିବ। ଝାରସୁଗୁୁଡ଼ା, ସୁବର୍ଣ୍ଣପୁର, ବୌଦ୍ଧ, ସମ୍ବଲପୁର, ବଲାଙ୍ଗିର, କଳାହାଣ୍ଡି ଏବଂ ସୁନ୍ଦରଗଡ଼ ଜିଲାକୁ ହିଟ୍‌ୱେଭ ନେଇ ଅରେଞ୍ଜ ୱାର୍ଣ୍ଣିଂ ରହିଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ବାହାରକୁ ଯିବା ସମୟରେ ସତର୍କତା ଅବଲମ୍ବନ କରିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories