www.samajalive.in
Saturday, December 13, 2025
23.1 C
Bhubaneswar

ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା

ଫୁଲବାଣୀ: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କନ୍ଧମାଳ ଜିଲାର ଟିକାବାଲି ନଗର ପକ୍ଷରୁ ନେତାଜି ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମଜୟନ୍ତୀ ଅବସରରେ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଶୋଭାଯାତ୍ରାଟି ଏଏମସିଏସ ମହାବିଦ୍ୟାଳୟରୁ ଆରମ୍ଭ ହୋଇ ଟିକାବାଲି ହାଇସ୍କୁଲ ପଡ଼ିଆରେ ସମାପ୍ତ ହୋଇଥିଲା। ସମଗ୍ର ଛାତ୍ର ସମାଜ କିପରି ଦେଶ ପ୍ରେମ ଓ ଦେଶ ଭକ୍ତିରେ ନିଜକୁ ସାମିଲ କରିବେ ଏବଂ ସମସ୍ତ ଛାତ୍ର ସମାଜ ମନରେ ରାଷ୍ଟ୍ର ପ୍ରେମର ଭାବନା ଜାଗ୍ରତ କରିବା ଏହି ତ୍ରିରଙ୍ଗା ଶୋଭାଯାତ୍ରାର ମୁଖ୍ୟ ଲକ୍ଷ୍ୟ ଥିଲା। ଶୋଭାଯାତ୍ରା ପରେ ଏକ ସାଧାରଣ ସଭା ଅନୁଷ୍ଠିତ ହେଇଥିଲା ଏଥିରେ ମୁଖ୍ୟ ଅତିଥି ଭାବେ ଦିଲ୍ଲୀପ କୁମାର କହଁର, ସମ୍ମାନିତ ଅତିଥି କୁନ୍ଦୁରି ମଲିକ, ରାଜ୍ୟ ଜନଜାତି ସଂଯୋଜିକା ତୋଅପୋଇ କହଁର, ଗଂଜାମ ବିଭାଗ ସହ ସଂଯୋଗ ରୁଦ୍ର ପ୍ରସାଦ ସେଠୀ, ଜିଲା ପ୍ରମୁଖ ସନ୍ତୋଷ କୁମାର ଦଳବେହେରା, ସହ ପ୍ରମୁଖ ସୌମ୍ୟ ରଂଜନ ଡାକୁଆ, ଟିକାବାଲି ନଗର ଉପସଭାପତି ରାଜକିଶୋର ପ୍ରଧାନ, ଯୁବ ସଂଗଠକ କପିଳାସ କହଁର ପ୍ରମୁଖ ଯୋଗଦେଇ ରାଷ୍ଟ୍ର ଗଠନରେ ଯୁବ ସମାଜ ଭୂମିକା ଉପରେ ଆଲୋଚନା କରିଥିଲେ। ଜିଲା ସହ ସଂଯୋଜକ ଆଶୁତୋଷ ବେହେରା ମଞ୍ଚ ପରିଚାଳନା କରିଥିବା ବେଳେ ଜିଲା ସଂଯୋଜକ ଅମ୍ଳାନ ପଟ୍ଟନାୟ, ବିଭାଗ ଏସଏଫଡି ସଂଯୋଜକ ରଜତ ମହାପାତ୍ର, ବିଭାଗ ଆରକେଏମ ସଂଯୋଜକ ତ୍ରିଲୋଚନ ଗଣ୍ଡା ଜିଲା ଛାତ୍ର ସଂଦେଶ ପ୍ରମୁଖ ରଜତ ବେହେରା ଟିକାବାଲି ନଗର ସଂପାଦକ ସିଦ୍ଧାନ୍ତ ବଳିଆରସିଂହ, ଆଲିଶା କହଁର, ଶ୍ରଦ୍ଧାଞ୍ଜଳି ପଟ୍ଟନାୟକ, ବିକାଶ ଦିଗାଲ, ଚନ୍ଦନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ଏବଂ ବିଶେଷ ଭାବେ ଲିଙ୍ଗରାଜ ନାୟକ ଓ ସାଇ ରାମ ବେହେରା ସହଯୋଗ କରିଥିଲେ।

 

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories