www.samajalive.in
Monday, December 15, 2025
27.1 C
Bhubaneswar

ବଜେଟ ପାଇଁ ମତ ଦେଇଛନ୍ତି ୨୭୬୭: ଆପଣ ବି ଦିଅନ୍ତୁ, ଜାଣନ୍ତୁ କେମିତି

ଡେସ୍କ: ୨୦୨୫-୨୬ ଆର୍ଥିକ ବର୍ଷ ନିମନ୍ତେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ରାଜ୍ୟ ସରକାର ଆସନ୍ତା ବଜେଟ ଅଧିବେଶନ କାଳରେ ପୂର୍ଣ୍ଣାଙ୍ଗ ବଜେଟ ଆଗତ କରିବେ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ଶୁକ୍ରବାର ପ୍ରାକ୍ ବଜେଟ୍ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ପୂର୍ବତନ ଅର୍ଥମନ୍ତ୍ରୀ, ଅର୍ଥନୀତି ବିଶେଷଜ୍ଞ ଏବଂ ବୁଦ୍ଧିଜୀବିମାନଙ୍କ ସହ ବଜେଟ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଚଳିତ ଥର ସାଧାରଣ ଲୋକଙ୍କ ସ୍ୱାର୍ଥରେ ପ୍ରସ୍ତୁତ ହେବ ରାଜ୍ୟ ବଜେଟ।

ତେବେ ରାଜ୍ୟ ସରକାର ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ ପାଇଁ ଲୋକମାନଙ୍କ ମତାମତ ସଂଗ୍ରହ କରୁଛନ୍ତି ଏବଂ ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ସାଧାରଣ ଲୋକ ମତାମତ ଦେଇ ପାରିବେ। ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ୱେବସାଇଟରୁ ମିଳିଥିବା ତଥ୍ୟ ଅନୁଯାୟୀ ଏପର୍ଯ୍ୟନ୍ତ ୨ ହଜାର ୭୬୭ ଜଣ ଆଗାମୀ ବଜେଟ ସମ୍ପର୍କରେ ସେମାନଙ୍କ ମତାମତ ଦେଇସାରିଛନ୍ତି। ମେଲ ଜରିଆରେ ୯୪୭ ଜଣ ସେମାନଙ୍କ ମତାମତ ଦେଇଥିବା ବେଳେ ଫେସବୁକରେ ୪୩ ଜଣ, ଟ୍ୱିଟରରେ ୧୮୪ ଜଣ ଓ ହ୍ଵାଟ୍ସଆପରେ ୧୫୯୩ ଜଣ ମତାମତ ଦେଇଛନ୍ତି। ମୁଖ୍ୟତଃ ଆୟ, ବ୍ୟୟ ଓ ବଜେଟ ସମ୍ପର୍କିତ ଅନ୍ୟାନ୍ୟ ବିଷୟତେ ମତାମତ ଗ୍ରହଣ କରାଯାଉଛି।

- Advertisement -

ଆପଣ ମଧ୍ୟ ଏଥିପାଇଁ ନିଜ ମତାମତ ଦେଇପାରିବେ।
୧. ହ୍ଵାଟ୍ସଆପ: ହ୍ଵାଟ୍ସଆପରେ ଆପଣମାନେ ୯୪୩୮୨୬୧୧୧୧ ନମ୍ବରରେ ନିଜ ମତାମତ ପଠାଇପାରିବେ।

୨. ଟ୍ୱିଟର: ସାମାଜିକ ଗଣମାଧ୍ୟମରେ ନିଜ ଟ୍ୱିଟର ଆକାଉଣ୍ଟ ଖୋଲନ୍ତୁ ଓ ଡାହାଣ ପଟ ଉପରେ ଲେଖାଥିବା ‘What is happening?!’ ସ୍ଥାନରେ ନିଜର ମତାମତ ଟାଇପ କରିବା ପରେ ତଳେ ‘@FdOdisha’ ଟାଇପ କରନ୍ତୁ। ଆପଣଙ୍କ ମତାମତ ପହଂଚି ଯିବ।

୩. ଫେସବୁକ: ସାମାଜିକ ଗଣମାଧ୍ୟମରେ ନିଜ ଫେସବୁକ ଆକାଉଣ୍ଟ ଖୋଲନ୍ତୁ ଓ ‘Create Post’ ସ୍ଥାନରେ ଆପଣଙ୍କ ମତାମତ ଲେଖିବା ପରେ ଏଣ୍ଟର ପ୍ରେସ କରନ୍ତୁ ଏବଂ ତଳେ ‘@FinanceOdisha’ ଲେଖନ୍ତୁ। ଏହା ପରେ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗର ଫେସବୁକ ଆକାଉଣ୍ଟ ନାମ ଉପରେ କ୍ଲିକ କରନ୍ତୁ ଓ ପୋଷ୍ଟ କରିଦିଅନ୍ତୁ। ଆପଣଙ୍କ ମତାମତ ପହଂଚି ଯିବ।

୪. ଇ-ମେଲ: ଆପଣମାନେ ଇ-ମେଲ ଜରିଆରେ ମଧ୍ୟ ବଜେଟ ସମ୍ପର୍କିତ ମତାମତ ଦେଇପାରିବେ। ନିଜ ଇ-ମେଲ ଆକାଉଣ୍ଟରୁ ‘odisha.budget@gov.in’ ଆକାଉଣ୍ଟକୁ ମତାମତ ପଠାଇପାରିବେ।

ଏହା ବ୍ୟତୀତ ଆପଣମାନେ ‘https://budget.odisha.gov.in/suggestions’ ଲିଙ୍କରେ କ୍ଲିକ କରି ମଧ୍ୟ ନିଜ ମତାମତ ପଠାଇପାରିବେ।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories