www.samajalive.in
Monday, December 15, 2025
26.1 C
Bhubaneswar

ବିଜେପି ଯାହା ବାଣ୍ଟୁଛି ନିଅ, କିନ୍ତୁ ଭୋଟ ଦିଅନି; ଭୋଟରଙ୍କୁ କେଜ୍ରିଓ୍ବାଲଙ୍କ ପରାମର୍ଶ

ସମାଜ ଡିଜିଟାଲ ଡେସ୍କ: ଆମ ଆଦମୀ ପାର୍ଟି (ଆପ) ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ବିଜେପି ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ବିଜେପି ନେତାମାନେ ପୁଲିସ ଉପସ୍ଥିତିରେ ଭୋଟରଙ୍କୁ ଖୋଲାଖୋଲି ଭାବେ ଟଙ୍କା, ମଦ ଓ ସୁନା ଚେନ ବାଣ୍ଟୁଛନ୍ତି ବୋଲି କେଜ୍ରିଓ୍ବାଲ କହିଛନ୍ତି। ବିଗତ ଦେଢ଼ମାସ ହେବ ବିଜେପି ଭୋଟରମାନଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ କରୁଛି ବୋଲି ସେ ସାମାଜିକ ଗଣମାଧ୍ୟମ ଏକ୍ସ ଜରିଆରେ ଏକ ଭିଡିଓ ପୋଷ୍ଟ କରି ଅଭିଯୋଗ କରିଛନ୍ତି।

- Advertisement -

କେଜ୍ରିଓ୍ବାଲ କହିଛନ୍ତି, କେହି ନିର୍ବାଚନ ଆୟୋଗ ଏବଂ ଆଇନକୁ ଭୟ କରୁନାହାନ୍ତି। ଏପରି କି ପୁଲିସ ବି ଏସବୁକୁ ସୁରକ୍ଷା ଦେଉଛି। ଏହା ଗଣତାନ୍ତ୍ରିକ ପଦ୍ଧତି ପ୍ରତି ଘୋର ବିପଦ। ଯେଉଁ ଟଙ୍କା ଏବଂ ସାମଗ୍ରୀ ବଣ୍ଟାଯାଉଛି ତାହା ସରକାରୀ ପାଣ୍ଠି ନୁହେଁ। ଏସବୁ ଦୁର୍ନୀତି ଜରିଆରେ ଲୋକଙ୍କଠାରୁ ଲୁଟ କରାଯାଇଥିବା ସମ୍ପତ୍ତି। ତେଣୁ କୌଣସି ଭୋଟର ନିଜର ଭୋଟ ବିକ୍ରି କରନ୍ତୁନି ବୋଲି କେଜ୍ରିଓ୍ବାଲ ନିବେଦନ କରିଛନ୍ତି। ମାତ୍ର ୧୧୧୧ ଟଙ୍କା, ଗୋଟିଏ ଶାଢ଼ି, କମ୍ବଳ, ଜୋତା ପାଇଁ ନିଜର ମୂଲ୍ୟବାନ ଭୋଟ ନ ବିକିବାକୁ ସେ କହିଛନ୍ତି। ବିଜେପି ନେତାମାନେ ଯାହାସବୁ ବାଣ୍ଟୁଛନ୍ତି, ସେସବୁ ଗ୍ରହଣ କର, କିନ୍ତୁ ସେହି ଦଳକୁ ଭୋଟ ଦିଅ ନାହିଁ ବୋଲି କେଜ୍ରିଓ୍ବାଲ ଭୋଟରମାନଙ୍କୁ ଆହ୍ବାନ କରିଛନ୍ତି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories