www.samajalive.in
Sunday, December 14, 2025
17.1 C
Bhubaneswar

କେନ୍ଦୁଝର ବିକାଶ ପ୍ରକ୍ରିୟାକୁ ଆଗେଇ ନେବ ‘ନବସୂତ୍ରୀ କେନ୍ଦୁଝର ଭିଜନ ପେପର’

କେନ୍ଦୁଝରଗଡ଼଼: କେନ୍ଦୁଝର ନାଗରିକ ମଞ୍ଚ ନୂତନ କର୍ମକର୍ତ୍ତା ଦାୟିତ୍ୱଗ୍ରହଣ ପରେ ପ୍ରଥମରଥର ପାଇଁ ଭୁବନେଶ୍ୱର ଗସ୍ତ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ତାଙ୍କ ବାସଭବନରେ ଭେଟି ସାକ୍ଷାତ ଆଲୋଚନା କରିଛନ୍ତି। ମଞ୍ଚର ସଭାପତି ହିମାଂଶୁ ଶେଖର କୁଅଁରଙ୍କ ନେତୃତ୍ୱରେ ସମ୍ପାଦକ ସତ୍ୟରଞ୍ଜନ ସାମଲ, କାର୍ଯ୍ୟକାରୀ ସଦସ୍ୟ ପ୍ରଫୁଲ୍ଲ କୁମାର ସାହୁ, ପ୍ରିୟବ୍ରତ ସାମଲ ଓ ସତ୍ୟଜିତ ସାମନ୍ତରାୟ ପ୍ରମୁଖ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ଭେଟି ଜିଲାର ବିକାଶ ପ୍ରକ୍ରିୟାକୁ ଆଗେଇ ନେବାପାଇଁ ପ୍ରସ୍ତୁତ କରିଥିବା ‘ନବସୂତ୍ରୀ କେନ୍ଦୁଝର ଭିଜନ ପେପର’ ପ୍ରଦାନ କରିଥିଲେ।

ଏହି ‘ନବସୂତ୍ରୀ କେନ୍ଦୁଝର ଭିଜନ ପେପର’ କେନ୍ଦୁଝର ଜିଲାକୁ ବିକାଶ ପ୍ରକ୍ରିୟାରେ ତ୍ୱରାନ୍ୱିତ କରିବାରେ ବେଶ ସହାୟକ ହେବ ବୋଲି ସେମାନେ ଦୃଢ଼ ଦାବି ଉପସ୍ଥାପନ କରିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ‘ନବସୂତ୍ରୀ କେନ୍ଦୁଝର ଭିଜନ ପେପର’କୁ ଆନ୍ତରିକତାର ସହ ଗ୍ରହଣ କରି କିଭଳି ଏହି ଭିଜନକୁ କାର୍ଯ୍ୟକାରୀ କରାଯାଇ ପାରିବ ସେ ନେଇ ସମ୍ମତି ପ୍ରଦାନ କରିଥିବା ମଞ୍ଚ ସମ୍ପାଦକ ଶ୍ରୀ ସାମଲ ଜଣାଇଛନ୍ତି।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories