www.samajalive.in
Sunday, December 14, 2025
17.1 C
Bhubaneswar

ଷ୍ଟଡିଟୁରରେ ଆସିଥିଲେ ଛାତ୍ର, ସମୁଦ୍ରରେ ବୁଡ଼ି ପ୍ରାଣ ହରାଇଲେ

ଗୋପାଳପୁର: ଗୋପାଳପୁର ଥାନା ଅନ୍ତର୍ଗତ ଧବଳେଶ୍ଵର ସମୁଦ୍ର କୂଳରେ ଗାଧୋଉଥିବା ବେଳେ ଜଣେ ଛାତ୍ର ବୁଡ଼ିଯାଇ ପ୍ରାଣ ହରାଇଛନ୍ତି। ମୃତକ ହେଲେ ଖୋର୍ଦ୍ଧା ପ୍ରାଣନାଥ ମହାବିଦ୍ୟାଳୟ ଇଲୋକ୍‌ଟ୍ରୋନିକ୍ସ ବିଭାଗର ଯୁକ୍ତ ୩ ଶେଷ ବର୍ଷ ଛାତ୍ର ସୋମନାଥ ପରିଡ଼ା(୨୦)। ବିଭାଗର ଅଧ୍ୟାପକ ଏବଂ ୫୦ ଜଣ ଛାତ୍ରଛାତ୍ରୀ ଷ୍ଟଡିଟୁର୍ ନିମନ୍ତେ ବ୍ରହ୍ମପୁର ଆସି ଆଜି ଅପରାହ୍ନରେ ଗୋଳାବନ୍ଧ ସନ୍ନିକଟ ଧବଳେଶ୍ଵର ବେଳାଭୂମି ବୁଲିବାକୁ ଆସିଥିଲେ। ଅପରାହ୍ନ ପ୍ରାୟ ୧ଟା ସମୟରେ ସେଠାରେ ଥିବା ଶିବ ମନ୍ଦିର ଦର୍ଶନ ନିମନ୍ତେ ସମସ୍ତ  ବିଦ୍ୟାର୍ଥୀ ଅଧ୍ୟାପକ ଯାଇଥିବା ବେଳେ ୪/୫ ଜଣ ଛାତ୍ର ଅନ୍ୟମାନଙ୍କୁ ନ ଜଣାଇ ସମୁଦ୍ରରେ ଗାଧୋଇବାକୁ ଚାଲି ଯାଇଥିଲେ। ଅସାବଧାନତା ଯୋଗୁଁ ସୋମନାଥ ପରିଡ଼ା ସମୁଦ୍ରରେ ଭାସି ଯାଇଥିଲେ। ସେଠାରେ ଥିବା ମତ୍ସ୍ୟଜୀବୀମାନେ ତାଙ୍କୁ ଉଦ୍ଧାର କରିଥିଲେ । ସ୍ଵାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆମ୍ବୁଲେନ୍ସ ଯୋଗେ ବ୍ରହ୍ମପୁର ବଡ଼ ମେଡିକାଲକୁ ନିଆଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ଅଧ୍ୟାପକ ବନୋଜ କୁମାର ଦେହୁରୀ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପ୍ରକାରେ ପୁଲିସ ଏକ ଅପମୃତ୍ୟୁ ମାମଲା(ନଂ.୧/୨୫) ରୁଜୁ କରି ତଦନ୍ତ କରୁଥିବା ଜଣାପଡ଼ିଛି। ଖବର ପାଇ ମୃତ ସୋମନାଥଙ୍କ ପରିବାର ଲୋକେ ମେଡିକାଲରେ ପହଞ୍ଚିଥିବା ଜଣାପଡିଛି। ଶନିବାର ମୃତଦେହ ବ୍ୟବଚ୍ଛେଦ ହେବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ ସୂଚନା ଦେଇଛି।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories